ଘରେ ତିଆରି କରନ୍ତୁ ପୁରୀ ଖଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 3, 2021

ଘରେ ତିଆରି କରନ୍ତୁ ପୁରୀ ଖଜା

ଆବଶ୍ୟକ ସାମଗ୍ରୀ: ମଇଦା, ଚାଉଳ ଗୁଣ୍ଡ, ଗୁଜରାତି ଗୁଣ୍ଡ, ଗୁଆଘିଅ, ଚିନି, ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ମଇଦାକୁ ଏକ ପାତ୍ରରେ ନିଅନ୍ତୁ। ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଖାସ୍ତା ପାଇଁ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ତାକୁ ପାଣି ପକାଇ ଚକଟି କିଛି ସମୟ ରଖି ଦିଅନ୍ତୁ। ପରେ ଚାଉଳଗୁଣ୍ଡରେ କିଛି ଗୁଆ ଘିଅ ପକାଇ ଲେୟାର ପ୍ରସ୍ତୁତ କରନ୍ତୁ।

ପରେ ଚକଟି ରଖିଥିବା ମଇଦାକୁ ରୁଟି ଆକାରେ ବେଲି ଦିଅନ୍ତୁ। ଏପରି ୫ଟି ରୁଟି ବେଲି ରଖନ୍ତୁ। ପରେ ରୁଟି ଉପରେ ଲେୟାର ଦେଇ ଗୋଟାଏ ଉପରେ  ଗୋଟାଏ ରୁଟି ରଖନ୍ତୁ। ତା’ ପରେ  ରୋଲ ଆକାରରେ ଗୋଡ଼ାଇ ଦିଅନ୍ତୁ। ଯେପରି ଏହା ନ ଖୋଲେ। ପରେ ରୋଲ ଆକାର ଥିବା ମଇଦାଟି ଗୋଟେ ଗୋଟେ ଇଞ୍ଚ  ଅନୁପାତରେ କାଟି ଦିଅନ୍ତୁ। ପରେ ଏହାକୁ  ଖଜା ଷ୍ଟାଇଲରେ ହାଲକା ଭାବେ ବେଲନ୍ତୁ। ତା ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଏହାକୁ ହାଲକା ଫ୍ରେମରେ ଛାଣନ୍ତୁ। ଏହା ନାଲି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ପରେ ଏକ ପାତ୍ରରେ ପାଣି  ଗରମ କରନ୍ତୁ। ସେଥିରେ ଚିନି  ଓ ଗୁଜରାତି ଗୁଣ୍ଡ ପକାଇ ଶିରା ପ୍ରସ୍ତୁତ କରନ୍ତୁ। ଏହି ଶିରାରେ ଛଣା ହୋଇଥିବା ଖଜାକୁ ପକାନ୍ତୁ।  କିଛି ସମୟ ପରେ ତାକୁ ଉଠାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପୁରୀ ଖଜା

The post ଘରେ ତିଆରି କରନ୍ତୁ ପୁରୀ ଖଜା appeared first on Odisha Reporter.



from Odisha Reporter https://ift.tt/3rzZKvW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages