୩୮ ଦେଶକୁ ମାଡ଼ିଗଲାଣି ଓମିକ୍ରନ, କିନ୍ତୁ ଏଯାଏ କାହାର ମୃତ୍ୟୁ ହୋଇନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 3, 2021

୩୮ ଦେଶକୁ ମାଡ଼ିଗଲାଣି ଓମିକ୍ରନ, କିନ୍ତୁ ଏଯାଏ କାହାର ମୃତ୍ୟୁ ହୋଇନି

ଜେନେଭା: ମହାମାରୀ କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଏବେ ଗୋଟିଏ ପରେ ଗୋଟିଏ ଦେଶକୁ ମାଡ଼ିବାରେ ଲାଗିଛି। ଇତି ମଧ୍ୟରେ ଓମିକ୍ରନ ଭାରତ ସମେତ ୩୮ଟି ଦେଶରେ ତା’ର କାୟା ବିସ୍ତାର କରି ସାରିଛି। ତେବେ ଆଶ୍ୱସ୍ତିର ବିଷୟ ହେଉଛି ଯେ ଏଯାଏ ଓମିକ୍ରନ ଭାରିଏଣ୍ଟରେ କାହାର ମୃତ୍ୟୁ ଘଟିନି।

ଏକଥା ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଓମିକ୍ରନ ପ୍ରଥମେ ଠାବ ହୋଇଥିବା ଦକ୍ଷିଣ ଆଫ୍ରିକାରେ ଏବେ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛୁ। ୨୪ ଘଣ୍ଟାରେ ୧୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ସହ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକ୍ରନରେ ଏଯାଏ କାହାର ମୃତ୍ୟୁ ଘଟିନାହିଁ ବୋଲି କେଉଁ ଆଧାରରେ କହିଛି, ସେକଥା ସ୍ପଷ୍ଟ ହୋଇନି। ସମ୍ଭବତଃ ମୃତ୍ୟୁ ସଂକ୍ରାନ୍ତ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସେହିପରି ଦକ୍ଷିଣ ଆଫ୍ରିକାରୁ ଚିନ୍ତା ସୃଷ୍ଟି କରିବା ଭଳି ତଥ୍ୟ ଆସିଛି। ୫ ବର୍ଷରୁ କମ ବୟସ୍କମାନେ ଅଧିକ ମାତ୍ରାରେ ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ଯୁବବର୍ଗଙ୍କୁ ମଧ୍ୟ ଓମିକ୍ରନ ଆଟାକ କରୁଛି।

ପୂର୍ବରୁ ଆସିଥିବା କରୋନା ୱେଭ ବେଳେ ଛୋଟ ପିଲା କିମ୍ବା ୧୫ରୁ ୧୯ ବର୍ଷ ବର୍ଗର କିଶୋରମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉ ନଥିଲେ। କିନ୍ତୁ ଏବେ ସେମାନଙ୍କ ସଂଖ୍ୟା ବଢ଼ୁଛି। ସେମାନଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରିବାକୁ ପଡ଼ୁଛି। ଦେଶରେ ଆରମ୍ଭ ହୋଇଥିବା ୪ର୍ଥ ୱେଭ ସ୍ଥିତି ବଦଳାଇ ଦେଇଛି। ସବୁ ବର୍ଗର ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଦକ୍ଷିଣ ଆଫ୍ରିକାର ଜଣେ ଡାକ୍ତର କହିଛନ୍ତି।

ଅନ୍ୟପକ୍ଷରେ ଓମିକ୍ରନ ଗୋଟିଏ ପରେ ଦେଶକୁ ମାଡ଼ୁ ଥିବାରୁ ଏହା ବିଶ୍ୱ ଅର୍ଥନୀତିକୁ ପୁଣି ପ୍ରଭାବିତ କରିବ ବୋଲି ଆଶା ପ୍ରକାଶ ପାଇଛି। କାରଣ ୨୦୨୦ରୁ କରୋନା ପାଇଁ ରସାତଳକୁ ଖସି ଯାଇଥିବା ଦେଶର ଅର୍ଥନୀତି ଏବେ ଧୀରେଧୀରେ ସୁଧୁରିବାରେ ଲାଗିଥିଲା। ହେଲେ ଓମିକ୍ରନ ଏବେ ପୁଣି ସମସ୍ୟା ସୃଷ୍ଟି କରିଛି।

ଆମେରିକା ଓ ଅଷ୍ଟ୍ରେଲିଆ ସଦ୍ୟତମ ଦେଶ ଭାବେ ଓମିକ୍ରନର ସ୍ଥାନୀୟ ସଂକ୍ରମଣ ଜନିତ ସମସ୍ୟାରେ ପଡ଼ିଛନ୍ତି। ଏହାର ଅର୍ଥ ବିଦେଶରୁ ଫେରି ନଥବା କିମ୍ବା ବିଦେଶ ଗସ୍ତରେ ଯାଇ ନଥିବା ଲୋକମାନେ ସେଠାରେ ଓମିକ୍ରନରେ ସଂକ୍ରମିତ ହେବା ଆରମ୍ଭ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ମଧ୍ୟ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଅତିକ୍ରମ କରି ସାରିଲାଣି।

ଓମିକ୍ରନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ଜନକ ଭାରିଏଣ୍ଟ ବୋଲି କହିଥିଲେ ମଧ୍ୟ ଏହା ଜଣେ ବ୍ୟକ୍ତିଙ୍କୁ କେଉଁ ପରିମାଣରେ ଗୁରୁତର କରୁଛି, ସେକଥା ଜଣାପଡ଼ିନି। ଏଥିପାଇଁ ଆହୁରି ଗୋଟିଏ ସପ୍ତାହ ସମୟ ଲାଗିବ। ସେହିପରି ଟିକାର ପ୍ରଭାବ କ’ଣ ରହିବ, ତା’ର ଆକଳନ ପାଇଁ କିଛି ସମୟ ଦରକାର ବୋଲି ସଂଠଗନ କହିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରିକାଳୀନ ନିର୍ଦ୍ଦେଶକ ମାଇକେଲ ରାୟନ କହିଛନ୍ତି, “ଆମେ ସବୁ ପ୍ରଶ୍ନର ଉତ୍ତର ଖୁବଶୀଘ୍ର ପାଇବା। ଏଥିପାଇଁ ଗୋଟିଏ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ। ଶୁକ୍ରବାର ସୁଦ୍ଧା ଓମିକ୍ରନ ଯୋଗୁ କାହାର ମୃତ୍ୟୁ ଘଟି ଥିବା ରିପୋର୍ଟ ମିଳିନି। କିନ୍ତୁ ସଂକ୍ରମର ଯେଉଁ ହାରରେ ବଢ଼ୁଛି ମାସକ ମଧ୍ୟରେ ଅଧା ୟୁରୋପର ଲୋକ ସଂକ୍ରମିତ ହୋଇପାରନ୍ତି।” ଡେଲ୍ଟା ଷ୍ଟ୍ରେନ ଭଳି ଓମିକ୍ରନ ମଧ୍ୟ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିପାରେ ବୋଲି ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜେଓରଜିଏଭା କହିଛନ୍ତି।

ନଭେମ୍ବର ୨୪ରେ ଓମିକ୍ରାନ ଭାରିଏଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିଲା। ଏହାପରେ ଏହା ଧୀରେଧରେ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପିବାରେ ଲାଗିଛି। ଭାରତରେ ମଧ୍ୟ ୨ ଜଣ ଓମିକ୍ରାନ୍ତ ଆକ୍ରାନ୍ତ ଠାବ ହୋଇଛନ୍ତି। ସେହିପରି କରୋନାରେ ଆକ୍ରାନ୍ତ ଅନେକ ବିଦେଶ ଫେରନ୍ତାଙ୍କ ଜେନୋମ ସିକ୍ୱେନ୍ସିଂ ରିପୋର୍ଟକୁ ଅପେକ୍ଷା କରାଯାଇଛି।

The post ୩୮ ଦେଶକୁ ମାଡ଼ିଗଲାଣି ଓମିକ୍ରନ, କିନ୍ତୁ ଏଯାଏ କାହାର ମୃତ୍ୟୁ ହୋଇନି appeared first on Odisha Reporter.



from Odisha Reporter https://ift.tt/2ZTsPHx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages