ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ କ୍ରିକେଟର ହରଭଜନ ସିଂହ ବିଜେପିରେ ସାମିଲ ହେବେ। ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଧରିବେ ପଦ୍ମ। ଏହି ନିର୍ବାଚନରେ ସେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଏନେଇ ରାଜନୈତିକ ମହଲରେ ଜୋରସୋରରେ ଚର୍ଚ୍ଚା ଚାଲିଛି।
ତେବେ ଏ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ୍ କ୍ରିକେଟର ହରଭଜନ ସିଂହ। ସେ ବିଜେପିରେ ସାମିଲ ହେବା କଥାକୁ ଖଣ୍ଡନ କରିବା ସହ ଏହା ଏକ ଫେକ୍ ନ୍ୟୁଜ୍ ବୋଲି କହିଛନ୍ତି।
ବାସ୍ତବରେ, ଏକ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ପଞ୍ଜାବ ନିର୍ବାଚନ ପୂର୍ବରୁ ହରଭଜନ ସିଂହ ଏବଂ ଯୁବରାଜ ସିଂହ ବିଜେପିରେ ଯୋଗ ଦେଇପାରନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ ଏହି ଖବରକୁ ହରଭଜନ ମିଥ୍ୟା ଖବର ବୋଲି କହିଛନ୍ତି। ତେବେ ଯୁବରାଜଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।
Fake news https://t.co/nxy81qURPX
— Harbhajan Turbanator (@harbhajan_singh) December 11, 2021
ନ୍ୟୁଜ ଏଜେନ୍ସି ମୁତାବକ, ହରଭଜନ ଆସନ୍ତା ସପ୍ତାହରେ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେଇପାରନ୍ତି। ଅବସର ପରେ ହରଭଜନ ସିଂହ ରାଜନୀତିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଥିଲା। ତିନି ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ହରଭଜନ କହିଥିଲେ, ‘ଯଦି କୌଣସି ଦଳ ତାଙ୍କୁ ଅଫର୍ କରନ୍ତି ତେବେ ସେ ନିଶ୍ଚିତ ଭାବରେ ରାଜନୀତିରେ ପ୍ରବେଶ କରିବେ, କାରଣ ସେ ପଞ୍ଜାବର ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି।’
ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ହରଭଜନ ସିଂହ କୌଣସି ଏକ ରାଜନୈତିକ ଦଳରେ ସାମିଲ ହେବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ୨୦୧୭ରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ମିଶିବା ନେଇ ଖବର ସାମ୍ନାକୁ ଆସିଥିଲା। ସେତେବେଳେ ଏହା ମଧ୍ୟ କୁହାଯାଇଥିଲା ଯେ ହରଭଜନକୁ କଂଗ୍ରେସ ଜଲନ୍ଦରରୁ ପ୍ରାର୍ଥୀ କରିପାରେ। ପରେ କିନ୍ତୁ ଏହି ଖବରକୁ ଖଣ୍ଡନ କରିଥିଲେ କ୍ରିକେଟର।
The post ବିଜେପିରେ ସାମିଲ ହେବେ ହରଭଜନ! ଏମିତି କହିଲେ କ୍ରିକେଟର୍… appeared first on Odisha Reporter.
from Odisha Reporter https://ift.tt/31X0q41
No comments:
Post a Comment