ବନ୍ଧୁକ ଦେଖାଇ ଲୁଟିଲେ, ବୋମା ପକାଇ ପଳାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 2, 2021

ବନ୍ଧୁକ ଦେଖାଇ ଲୁଟିଲେ, ବୋମା ପକାଇ ପଳାଇଲେ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ବନ୍ଧୁକ ଦେଖାଇ ଓ ବୋମା ଫୁଟାଇ ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ  ଟଙ୍କା ପଇସା ଦୁର୍ବୃତ୍ତମାନେ ଲୁଟିନେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଧଳାପଥର  ବଜାରରେ ଥିବା ଏକ ସୁନା ଦୋକାନରେ। ଏନେଇ ସୁନା ଦୋକାନୀ ମାଲିକ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୁଟ ବେଳର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ଆଠଟା ସମୟରେ ଛଅ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ନାରାୟଣୀ ଜୁଏଲାରୀରେ ପହଞ୍ଚିଥିଲେ। ଦୋକାନୀ ମାଲିକଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ  ଟଙ୍କାର ସୁନାଗହଣା ଓ ଟଙ୍କା ପଇସା ଲୁଟି ନେଇଥିଲେ। ପରେ ଦୋକାନରେ ସାମ୍ନାରେ ଦୁଇଟି ବୋମାମାଡ଼ କରିଥିଲେ  ଓ ବାଇକରେ ସୁନାଗହଣା ନେଇ ଚମ୍ପଟ ମାରିଥିଲେ। ଖବର ପାଇ ବେଗୁନିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରି ନାହିଁ।

 

The post ବନ୍ଧୁକ ଦେଖାଇ ଲୁଟିଲେ, ବୋମା ପକାଇ ପଳାଇଲେ appeared first on Odisha Reporter.



from Odisha Reporter https://ift.tt/3oeq78J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages