ଭାରତରେ ବ୍ୟାନ ହେବନି କ୍ରିପ୍ଟୋକରେନ୍ସି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 2, 2021

ଭାରତରେ ବ୍ୟାନ ହେବନି କ୍ରିପ୍ଟୋକରେନ୍ସି!

ନୂଆଦିଲ୍ଲୀ: ଡିଜିଟାଲ ମୁଦ୍ରା ବା କ୍ରିପ୍ଟୋକରେନ୍ସିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। କିଛି ଦିନ ତଳେ ଭାରତ ସରକାର ସ୍ୱତନ୍ତ୍ର ବିଲ୍‌ ଜରିଆରେ ଭାରତରେ ପ୍ରଚଳିତ ଥିବା ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସିକୁ ବ୍ୟାନ କରିବେ ବୋଲି ଖବର ମିଳିଥିଲା। କିନ୍ତୁ ଏବେ ସରକାର ନିଜ ମନ ବଦଳାଇଛନ୍ତି।

ନୂଆ କ୍ରିପ୍ଟୋକରେନ୍ସି ବିଲ୍‌ ଜରିଆରେ ସରକାର କେବଳ କ୍ରିପ୍ଟୋକରେନ୍ସି ଗୁଡ଼ିକୁ ରେଗୁଲେଟ କରିବେ। ଅର୍ଥାତ ଏଥିପାଇଁ ସ୍ୱତନ୍ତ୍ର ନିୟମ ପ୍ରଚଳନ ହେବ। ଏହା ଦେଶରେ କୌଣସି ପ୍ରକାରର ବ୍ୟାନ କରାଯିବ ନାହିଁ। ଗତଥର ବିଟକଏନ ଭଳି କ୍ରିପ୍ଟୋକରେନ୍ସି ବ୍ୟାନ ହେବାର ଖବର ମିଳିବା ପରେ ଡିଜିଟାଲ ମୁଦ୍ରା ମାର୍କେଟ କ୍ରାଶ ହୋଇ ଯାଇଥିଲା। ପୁଞ୍ଜି ନିବେଶକାରୀ ନିଜର ଅର୍ଥକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ। ହେଲେ ଏବେ ସମସ୍ତଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ମିଳିଛି।

ଭାରତୀୟମାନେ ବିଭିନ୍ନ କ୍ରିପ୍ଟୋକରେନ୍ସିରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏଗୁଡ଼ିକୁ ବ୍ୟାନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସରକାର ଆଣିବାକୁ ଥିବା କ୍ରିପ୍ଟୋକରେନ୍ସି ବିଲ୍ ଉପରେ ଜାରି କ୍ୟାବିନେଟ୍ ନୋଟରେ ଘରୋଇ କ୍ରିପ୍ଟୋକରେନ୍ସିକୁ ବ୍ୟାନ କରିବା ପରିବର୍ତ୍ତେ ରେଗୁଲେଟ କରିବାକୁ ପରାମର୍ଶ ଦିଆଯାଇଛି। ଏହି ନୋଟରେ ଦର୍ଶାଯାଇଛି ଯେ କ୍ରିପ୍ଟୋକରେନ୍ସିକୁ ଭାରତରେ ଆଇନଗତ ମୁଦ୍ରାର ମାନ୍ୟତା ଦିଆଯିବ ନାହିଁ। ଏବେ କାର୍ଯ୍ୟ କରୁଥିବା କ୍ରିପ୍ଟୋ ଏକ୍ସଚେଞ୍ଜ୍ ପ୍ଲାଟଫର୍ମରେ ହିଁ କ୍ରିପ୍ଟୋକ୍ରେନ୍ସିର କାରବାର କରାଯିବ। ଏହା ସେବି ଦ୍ୱାରା ନିୟନ୍ତ୍ରଣ ଓ ପରିଚାଳିତ ହେବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ ସରକାର କ୍ରିପ୍ଟୋ ଏକ୍ସଚେଞ୍ଜ ପ୍ଲାଟଫର୍ମଗୁଡ଼ିକ ପାଇଁ ସ୍ୱତନ୍ତ୍ର ନିୟମ ଜାରି କରିବେ। ଯଦି କେହି ଏହାକୁ ଉଲ୍ଲଙ୍ଘନ କରିବେ, ତା’ହେଲେ ସେମାନଙ୍କୁ ୫ କୋଟିରୁ ୨୦ କୋଟି ଟଙ୍କା ଯାଏ ଜୋରିମାନା ମଧ୍ୟ ଲାଗୁ କରାଯିବ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ରାଜ୍ୟସଭାରେ କହିଥିଲେ ଯେ କ୍ୟାବିନେଟର ଅନୁମୋଦନ ଲାଭ ପରେ ସରକାର ଖୁବଶୀଘ୍ର କ୍ରିପ୍ଟୋକରେନ୍ସି ଉପରେ ଏକ ବିଲ୍ ଆଣିବେ। ମୌସୁମୀ ଅଧିବେଶନ ସମୟରେ ଉକ୍ତ ବିଲକୁ ଆଣିବାକୁ ପ୍ରୟାସ କରାଯାଇଥିଲା।

ତେବେ ବିଭିନ୍ନ କାରଣରୁ ଏହା ସମ୍ଭବ ହୋଇପାରି ନଥିଲା। କିନ୍ତୁ ଶୀତ ଅଧିବେଶରେ ଏହି ବିଲ୍‌ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ସରକାର, ରିଜର୍ଭ ବ୍ୟାଙ୍କ ଓ ସେବି ପକ୍ଷରୁ କ୍ରିପ୍ଟୋକରେନ୍ସି ସମ୍ପର୍କରେ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି ବୋଲି ସେ କହିଥିଲେ।

The post ଭାରତରେ ବ୍ୟାନ ହେବନି କ୍ରିପ୍ଟୋକରେନ୍ସି! appeared first on Odisha Reporter.



from Odisha Reporter https://ift.tt/3rvi4GE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages