୨୦୨୧ ସରିଗଲା, ଟିକାକରଣ ଟାର୍ଗେଟର ବହୁ ପଛରେ ରହିଗଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 31, 2021

୨୦୨୧ ସରିଗଲା, ଟିକାକରଣ ଟାର୍ଗେଟର ବହୁ ପଛରେ ରହିଗଲେ ସରକାର

ନୂଆଦିଲ୍ଲୀ: ବିଦାୟୀ ବର୍ଷ ୨୦୨୧ର ଶେଷ ସୁଦ୍ଧା ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ସରିବ। ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି ବୋଲି ମେ’ ମାସରେ କେନ୍ଦ୍ର ସରକାର ଦମ୍ଭୋକ୍ତି କରିଥିଲେ। ହେଲେ ବର୍ଷ ସରି ଯାଇଥିଲେ ମଧ୍ୟ ଏହି ଟାର୍ଗେଟଠାରୁ ବହୁ ପଛରେ ରହି ଯାଇଛନ୍ତି ସରକାର। ଭାରତ ସରକାର କେବଳ ୬୩% ପ୍ରାପ୍ତ ବୟସ୍କଙ୍କ ଟିକାକରଣ କରିବାକୁ ସକ୍ଷମ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଏବେ ଯାଏ ଦେଶର ୯୦% ପ୍ରାପ୍ତ ବୟସ୍କ ଅତିକମରେ ଟିକାର ଗୋଟିଏ ଡୋଜ୍‌ ନେଇଛନ୍ତି। ହିମାଚଳ ପ୍ରଦେଶ ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଶତପ୍ରତିଶତ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ହୋଇଛି। ପଞ୍ଜାବରେ ସବୁଠାରୁ କମ ୪୦% ଲୋକ କରୋନା ବିରୋଧରେ ୨ଟି ଡୋଜ୍ ଟିକା ନେଇଛନ୍ତି।

ଏସବୁ ଭିତରେ ୧୦ ତାରିଖରୁ ୬୦ ବର୍ଷରୁ ଅଧିକ ବୟସ୍କ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ପ୍ରତିଷେଧାତ୍ମକ ବା ବୁଷ୍ଟର ଡୋଜ୍‌ ଦିଆଯିବ। ସେହିପରି ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ମଧ୍ୟ ଟିକା ଦିଆଯିବ ବୋଲି ସରକାର କହିଛନ୍ତି। ହେଲେ ପ୍ରାପ୍ତ ବୟସ୍କଙ୍କ ଟିକାକରଣ କେବେ ଶେଷ ହେବ, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

କେନ୍ଦ୍ର ସରକାର କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ଦେଶରେ ୧୪୫ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ ହୋଇଛି। ଶୁକ୍ରବାର ସୁଦ୍ଧା ରାଜ୍ୟ ସରକାରମାନଙ୍କ ପାଖରେ ଟିକାର ୧୬.୯ କୋଟି ଡୋଜ୍ ପଡ଼ି ରହିଛି।” ୯୪ କୋଟି ପ୍ରାପ୍ତ ବୟସ୍କଙ୍କ ସଂପୂର୍ଣ୍ଣ ଟିକାକରଣ ପାଇଁ ୧୮୮ କୋଟି ଡୋଜର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଏହି ଡୋଜ୍ ମଧ୍ୟରୁ କେବଳ ୮୬% ସପ୍ଲାଏ କରିବାକୁ ସକ୍ଷମ ହୋଇଛନ୍ତି। ତେଣୁ ରାଜ୍ୟଗୁଡ଼ିକ ସେହି ଅନୁସାରେ ଟିକାକରଣ କରିଛନ୍ତି।

୬୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ବିପଦ ସବୁଠାରୁ ଅଧିକ ରହିଛି। ହେଲେ ଭାରତରେ କେବଳ ୬୯% ବରିଷ୍ଠ ନାଗରିକ ଟିକାର ଦୁଇଟି ଯାକ ଡୋଜ୍‌ ନେଇଛନ୍ତି। ସେହିପରି ୪୫ରୁ ୫୯ ବର୍ଷ ବର୍ଗରେ ଥିବା ୭୩% ଲୋକଙ୍କର ପୂର୍ଣ୍ଣ ଟିକାକରଣ ହୋଇପାରିଛି। ୧୮-୪୪ ବର୍ଷ ବର୍ଗରେ ଥିବା ୫୫% ଲୋକ ହିଁ ଟିକାର ଡବଲ ଡୋଜ୍‌ ନେଇଛନ୍ତି।

କରୋନା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଦେଶରେ ୯୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି। ୧ କୋଟିରୁ ସାମାନ୍ୟ ଅଧିକ ସ୍ୱାସ୍ଥ୍ୟକର୍ମୀ ଅତିକମରେ ଟିକାର ଗୋଟିଏ ଡୋଜ୍‌ ନେଇଛନ୍ତି। ସମ୍ମୁଖଯୋଦ୍ଧାଙ୍କ କଥା ବିଚାରକୁ ନେଲେ, ୧.୮ କୋଟି ଟିକାର ଗୋଟିଏ ଡୋଜ୍ ନେଇଥିବା ବେଳେ ୧.୭ କୋଟି ଦୁଇଟି ଯାକ ଡୋଜ୍ ନେଇଛନ୍ତି।

ବିହାର, ଝାରଖଣ୍ଡ ଓ ପଞ୍ଜାକୁ ଛାଡ଼ି ଦେଲେ, ବାକି ସବୁ ରାଜ୍ୟରେ ୮୦%ରୁ ଅଧିକ ଲୋକ ଅତିକମରେ ଟିକାର ଗୋଟିଏ ଡୋଜ ନେଇସାରିଛନ୍ତି। ପଞ୍ଜାବ, ଝାରଖଣ୍ଡ ଓ ଉତ୍ତର ପ୍ରଦେଶ ସରକାର ସେମାନଙ୍କ ମୋଟ ଜନସଂଖ୍ୟାର ଅଧା ଲୋକଙ୍କୁ ବି ଟିକାର ଦୁଇଟି ଯାକ ଡୋଜ୍‌ ଦେଇପାରି ନାହାନ୍ତି।

ଅନ୍ୟପକ୍ଷରେ ଏଯାଏ ଦେଶରେ ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଟିକାର ୧୨୮.୯ କୋଟି ଡୋଜ୍‌ ଓ ଭାରତ ବାୟୋଟେକର ୧୫.୭ କୋଟି ଡୋଜ୍‌ ଲୋକଙ୍କୁ ଦିଆଯାଇଛି। ଅନ୍ୟ ଟିକାଗୁଡ଼ିକର ଅବଦାନ ଯଥେଷ୍ଟ କମ।

The post ୨୦୨୧ ସରିଗଲା, ଟିକାକରଣ ଟାର୍ଗେଟର ବହୁ ପଛରେ ରହିଗଲେ ସରକାର appeared first on Odisha Reporter.



from Odisha Reporter https://ift.tt/3pGubzs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages