ଆଜି ମଦନପୁରରାମପୁର ବନ୍ଦ; ୨୫ ବର୍ଷ ହେଲା ଦାବି ଶୁଣୁ ନ ଥିଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 5, 2021

ଆଜି ମଦନପୁରରାମପୁର ବନ୍ଦ; ୨୫ ବର୍ଷ ହେଲା ଦାବି ଶୁଣୁ ନ ଥିଲେ ସରକାର

କଳାହାଣ୍ଡି(ରାଜ କୁମାର ସିଂଦେଓ): ଦୀର୍ଘ ୨୫ ବର୍ଷର ଦାବି ଶୁଣୁ ନ ଥିଲେ ସରକାର। ସବଡିଜିଜନ୍‌ ମାନ୍ୟତା ଦାବିରେ ବର୍ଷ ବର୍ଷ ଧରି ଚାଲିଥିବା ଆନ୍ଦୋଳନ, ଅନଶନକୁ ଅଣଦେଖା କରି ଚାଲୁଥିଲେ ସରକାର।  ଶେଷରେ  ଆଜି ରାସ୍ତାକୁ ଓହ୍ଲାଇଲେ କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର, ନର୍ଲା ଓ କର୍ଲାମୁଣ୍ଡା ବ୍ଲକବାସୀ। ଏପରି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ।

କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରକୁ ରାଜସ୍ୱ ଉପଖଣ୍ଡ  କରାଯିବା ଦାବି ନେଇ ଆଜି ମଦନପୁର ରାମପୁର ରାଜସ୍ୱ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।  ଏହା ପ୍ରଭାବରେ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ଦୋକାନ ବଜାର, ଗାଡି ମୋଟର, ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ।

ଦୀର୍ଘ ମାସେ ହେଲା ଆନ୍ଦୋଳନକାରୀ ରାମପୁର ତହସିଲ ଅଫିସ ନିକଟରେ  ଅନଶନ କରିଥିଲେ  । ହେଲେ ଶୁଣିଲାନି ପ୍ରଶାସନ । ପ୍ରତିବାଦରେ ଆଜି ମଦନପୁର ରାମପୁର କାର୍ଲମୁଣ୍ଡା ନର୍ଲା ଅଞ୍ଚଳରେ ଆଦିବାସୀ ସମୂହ ଏକଜୁଟ ହୋଇ ବନ୍ଦ କରିଛନ୍ତି ।  ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘ ଦିନର ଦାବି କେବେ ପୂରଣ ହେବ,  ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।   

 

The post ଆଜି ମଦନପୁରରାମପୁର ବନ୍ଦ; ୨୫ ବର୍ଷ ହେଲା ଦାବି ଶୁଣୁ ନ ଥିଲେ ସରକାର appeared first on Odisha Reporter.



from Odisha Reporter https://ift.tt/31wk46A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages