ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଜୱାଦ’ ଗଭୀର ଅବପାତର ରୂପ ନେବା ପରେ ଗତକାଲି ଅପରାହ୍ଣରେ ଅବପାତରେ ପରିଣତ ହୋଇଥିଲା। ଆଉ ଏହି ଅବପାତ ଦୁର୍ବଳ ହୋଇଯାଇଛି। ଆଜି ସକାଳ ସାଢ଼େ ୫ଟା ସମୟରେ ଏହି ଅବପାତ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଏହା ସହିତ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନଥିବା ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଟ୍ୱିଟ୍ରେ କୁହାଯାଇଛି। ଅନ୍ୟ ଏକ ଟ୍ୱିଟ୍ରେ କୁହାଯାଇଛି, ରାଜ୍ୟର ଉପକୂଳ ତଥା ତତ୍ ସଂଲଗ୍ନ ଜିଲ୍ଲା ଗୁଡ଼ିକରେ ପାଗ ମେଘୁଆ ରହିଛି। ଆଜି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ଆଜି ଠାରୁ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇ ସ୍ୱାଭାବିକ ଶୀତ ରହିବ।
ବାତ୍ୟା ‘ଜୱାଦ’ ସମୁଦ୍ରରେ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇ ଓଡ଼ିଶାର ନିକଟତର ହେଉଥିବା ବେଳେ ଗତକାଲି ଅପରାହ୍ଣ ପ୍ରାୟ ଅଢ଼େଇଟା ପାଖାପାଖି ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିଲା। ତେବେ ଜୱାଦ ଦୁର୍ବଳ ହେବା ସତ୍ତ୍ୱେ ଗତକାଲି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିଲା। ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିଲା। ସେହିଭଳି ନୟାଗଡ଼, ଅନୁଗୋଳ ଆଦି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ହୋଇଥିଲା। ବର୍ଷା ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଧାନ ସହିତ ପନିପରିବା ଚାଷ ନଷ୍ଟ ହୋଇଛି। ତେଣୁ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।
ଦୁର୍ବଳ ହେଲା ଅବପାତ
ଆଜି ସକାଳ ୫.୩୦ ସମୟରେ ଅବପାତ ସୁଦୃଶଃ ଲଘୁଚାପ କ୍ଷେତ୍ର ରେ ପରିଣତ
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ବଙ୍ଗଳାଦେଶ ଉପକୂଳରେ କେନ୍ଦ୍ରୀଭୂତ
ଆଗାମୀ ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ହୋଇ ଗୋଟିଏ ଲଘୁଚାପ କ୍ଷେତ୍ର ରେ ପରିଣତ ହେବା ସମ୍ଭାବନା pic.twitter.com/lDs9OgYS3h
— Meteorological Centre, Bhubaneswar (@mcbbsr) December 6, 2021
#ବଦଳିବପାଗ
ଉପକୂଳ ତଥା ତତ-ସଂଲଗ୍ନ ଜିଲ୍ଲା ଗୁଡିକରେ ଓଡ଼ିଶାରେ ପାଗ ମେଘୁଆଆଜି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା
୭ ତାରିଖ ରୁ ଓଡ଼ିଶାରେ ମୁଖ୍ୟତ ପାଗ ଶୁଖିଲା ରହିବ
ଆଜି ଠୁ ୩ ରୁ ୪ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା ସ୍ୱାଭାବିକ ହେବ ଶୀତ#Weathercloud #weather pic.twitter.com/iFTsXdDn0V
— Meteorological Centre, Bhubaneswar (@mcbbsr) December 6, 2021
The post କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା, କାଲିଠୁ ରାଜ୍ୟରେ ଶୁଖିଲା ପାଗ appeared first on Odisha Reporter.
from Odisha Reporter https://ift.tt/3rJDlwB
No comments:
Post a Comment