ଥିରୁଅନନ୍ତପୁରମ: ପୁଣିଥରେ କେରଳରେ ବ୍ୟାପିଛି ବାର୍ଡ ଫ୍ଲୁ। ରାଜ୍ୟର ଅଲ୍ଲାପୁଝା ଜିଲ୍ଲାର କୁଟ୍ଟାନାଦ ଅଞ୍ଚଳରେ ବାର୍ଡ ପ୍ଲୁ କେସ୍ ଚିହ୍ନଟ ହୋଇଛି। ଏହାପରେ ପ୍ରଶାସନ ପକ୍ଷରୁ ଫ୍ଲୁ ଚିହ୍ନଟ ହୋଇଥିବା ଆଖପାଖ ଅଞ୍ଚଳରେ କଟକଣା ଲାଗୁ କରାଯାଇଛି। ଏଥିସହ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଶତାଧିକ କୁକୁଡ଼ା ଓ ବତକଙ୍କୁ ମାରିବା ପାଇଁ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଥାକାଜୟ ପଞ୍ଚାୟତରେ ପ୍ରଥମେ ଶତାଧିକ ବତକ ରହସ୍ୟଜନକ ଭାବେ ପ୍ରାଣ ହରାଇଥିବା ଖବର ମିଳିଥିଲା। ଏହାପରେ ପ୍ରଶାସନ ପକ୍ଷରୁ କିଛି ନମୁନା ସଂଗ୍ରହ କରାଯାଇଥିଲା। ନମୁନାଗୁଡ଼ିକର ପରୀକ୍ଷଣ ପାଇଁ ଭୋପାଲରେ ଥିବା ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା।
ପରୀକ୍ଷା ବେଳେ ବତକ ଓ କୁକୁଡ଼ାମାନେ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ରିପୋର୍ଟ ଆସିବା ମାତ୍ରେ ରାଜ୍ୟ ସରକାର ସ୍ୱତନ୍ତ୍ର ରାପିଡ ଆକ୍ସନ ଟିମ୍ ଗଠନ କରିଛନ୍ତି। ଏହି ଟିମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳକୁ ଯାଇ ସେଠାରେ ଥିବା କୁକୁଡ଼ା ଓ ବତକଙ୍କୁ ମାରିବେ। ଏଥିସହ ସଂକ୍ରମଣ ଯେମିତି ନ ବ୍ୟାପିବ, ତା’ର ବ୍ୟବସ୍ଥା ମଧ୍ୟ କରିବେ। କେସ୍ ଚିହ୍ନଟ ହୋଇଥିବା ୧ କିମି ଅଞ୍ଚଳ ମଧ୍ୟରେ ଏହି କୁକୁଡ଼ା ମରା ଅଭିଯାନ ଚାଲିବ। ଅଣ୍ଡାଗୁଡ଼ିକୁ ମଧ୍ୟ ନଷ୍ଟ କରାଯିବ ବୋଲି ସରକାର କହିଛନ୍ତି।
ଏହାପୂର୍ବରୁ ଚଳିତ ବର୍ଷ ମଧ୍ୟ ଭାଗରେ କେରଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା। ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଏବେ ଦ୍ୱତୀୟ ଥର ପାଇଁ ବାର୍ଡ ପ୍ଲୁ କେରଳରେ ଚିହ୍ନଟ ହୋଇଛି।
The post ପୁଣି ବ୍ୟାପିଲା ବାର୍ଡ ଫ୍ଲୁ, କୁକୁଡ଼ା ମରା ଅଭିଯାନ ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/3q2sZ8D
No comments:
Post a Comment