‘ମୋତେ କ୍ଷମା କରିଦେ’, କହି ଚୋଟ ମାରିଲା ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 10, 2021

‘ମୋତେ କ୍ଷମା କରିଦେ’, କହି ଚୋଟ ମାରିଲା ଭାଇ

ଯାଜପୁର(ଓଡ଼ିଶା ରିପୋର୍ଟର): ‘ମୋତେ କ୍ଷମା କରିଦେ । ଆଉ ଏପରି ଭୁଲ୍‌ ହେବନି ।’ ପୂର୍ବରୁ ଘଟିଥିବା ବଚସା ପାଇଁ କ୍ଷମା ମାଗି ପ୍ରଥମେ ବିଶ୍ୱାସ ଜନ୍ମାଇଲା ଅଭିଯୁକ୍ତ। ପରେ ଲୁଚାଇ ରଖିଥିବା କଟୁରିରେ ସମ୍ପର୍କୀୟ ଭାଇକୁ ହାଣିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଥାନା ଅନ୍ତର୍ଗତ ରାହାସୋଇ ଗାଁରେ।

ଜଣେ ଯୁବକଙ୍କୁ ତାଙ୍କ କକାପୁଅ ଭାଇ ହତ୍ୟା  କରିଥିବା ଅଭିଯୋଗ ହୋଇଛି।  ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରକାଶ ଦାସ। ଅଭିଯୁକ୍ତ ଦେବ ପ୍ରସାଦ ମଲ୍ଲିକକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ପ୍ରକାଶ ସମିତି ସଭ୍ୟ ନିରଞ୍ଜନ ମଲ୍ଲିକଙ୍କ ସହ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଦେବ ପହଞ୍ଚି ପୂର୍ବରୁ ପ୍ରକାଶଙ୍କ ସହ ହୋଇଥିବା ବଚସା ପାଇଁ କ୍ଷମା ମାଗିଥିଲେ। ପରେ ଲୁଚାଇ ରଖିଥିବା କଟୁରିରେ ତାଙ୍କ ବେକକୁ ହାଣି ଦେଇଥିବା ଅଭିଯୋଗ ହୋଇଛି।

ପରିବାର ଲୋକେ ଓ ଗ୍ରାମବାସୀ ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟ  ଭର୍ତ୍ତି କରିଥିଲେ।  ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାଜପୁର ପୁଲିସ ଘଟଣା ତଦନ୍ତ କରୁଛି ଓ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

The post ‘ମୋତେ କ୍ଷମା କରିଦେ’, କହି ଚୋଟ ମାରିଲା ଭାଇ appeared first on Odisha Reporter.



from Odisha Reporter https://ift.tt/3lSbVRs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages