୨୦୦ କୋଟି ଠକେଇ ମାମଲା: ଜ୍ୟାକ୍‌ଲିନଙ୍କୁ ନେଇ ଇଡିର ବଡ ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 4, 2021

୨୦୦ କୋଟି ଠକେଇ ମାମଲା: ଜ୍ୟାକ୍‌ଲିନଙ୍କୁ ନେଇ ଇଡିର ବଡ ଖୁଲାସା

ମୁମ୍ବାଇ: ୨୦୦ କୋଟି ଠକେଇ ମାମଲାରେ ଏକ ଚକିତ କଲା ଭଳି ଖୁଲାସା ହୋଇଛି। ଏହି ମାମଲାରେ ଇଡି ମନି ଲଣ୍ଡ୍ରିଂ ଅଭିଯୋଗରେ ଚାର୍ଜସିଟ୍‌ ଦାଖଲ କରିଛି। ଇଡି ସୂଚନା ମୁତାବକ, ଚାର୍ଜସିଟ୍‌ରେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଏବଂ ନୋରା ଫତେହିଙ୍କ ମଧ୍ୟ ନାଁ ରହିଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂତ୍ର ଅନୁଯାୟୀ, ୨୦୦ କୋଟି ଠକେଇ ମାମଲାର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏବଂ ଜ୍ୟାକ୍‌ଲିନ୍‌ ଜାନୁଆରୀରେ ପରସ୍ପର ସହ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ। ସୁକେଶ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୧୦ କୋଟିରୁ ଅଧିକ ମୂଲ୍ୟର ଦାମୀ ଉପହାର ପଠାଇଥିଲେ। ବହୁମୂଲ୍ୟ ଉପହାରରେ ଅଳଙ୍କାର, ହୀରାର ଜୁଏଲାରୀ ସେଟ୍, କ୍ରୋକେରି, ୪ଟି ପାର୍ସୀ ବିଲେଇ (ଗୋଟିଏ ବିଲେଇର ଦାମ୍‌ ପ୍ରାୟ ୯ ଲକ୍ଷ ଟଙ୍କା) ଏବଂ ୫୨ ଲକ୍ଷ ଟଙ୍କା ମୂଲ୍ୟର ଘୋଡା ଏଥିରେ ସାମିଲ ଥିଲା।

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଭାଇ ଭଉଣୀଙ୍କ ପାଇଁ ମଧ୍ୟ ସୁକେଶ ବହୁ ପରିମାଣର ଟଙ୍କା ପଠାଇଥିଲେ। ଏନେଇ ଇଡି ଜ୍ୟାକଲିନଙ୍କ ଘନିଷ୍ଠ ସହଯୋଗୀ ଏବଂ କର୍ମଚାରୀଙ୍କୁ ମଧ୍ୟ ପ୍ରଶ୍ନ କରିଥିଲା। ସେହିପରି ନୋରାଙ୍କୁ ସୁକେଶ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ,ବଂ ଆଇଫୋନ୍‌ ଗିଫ୍ଟ କରିଥିଲେ। ଏହାର ଦାମ୍‌ ମିଶି ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ଥିଲା।

ତିହାର ଜେଲରୁ ୨୦୦ କୋଟି ଟଙ୍କା ବଟି ଅଦାୟ ମାମଲାରେ ମନି ଲଣ୍ଡ୍ରିଂ ଅଧୀନରେ ଦାଖଲ ହୋଇଥିବା ଇଡି ଚାର୍ଜସିଟରେ ଏହିଭଳି କିଛି ସମ୍ବେଦନଶୀଳ ଖୁଲାସା ହୋଇଛି। ସୁକେଶ ଚନ୍ଦ୍ରଶେଖର ଜେଲରେ ଥିବା ବେଳେ ଜ୍ୟାକ୍‌ଲିନଙ୍କ ସହ ମୋବାଇଲ୍‌ରେ କଥା ହେଉଥିଲେ। ଯେତେବେଳେ ଜାମିନ୍‌ରେ ସୁକେଶ ଜେଲ୍‌ରୁ ମୁକୁଳିଥିବା ସେତେବଳେ ସେ ଚେନ୍ନାଇ ପାଇଁ ଚାଟାର୍ଜ ଫ୍ଲାଇଟ୍‌ ବୁକ୍‌ କରିଥିଲେ।

ସୁକେଶ ଜାମିନରେ ଆସିବା ପରେ ସେ ଚେନ୍ନାଇକୁ ଏକ ଚାର୍ଟାର୍ଡ ​​ଫ୍ଲାଇଟ୍ ବୁକ୍ କରିଥିଲେ। ସେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ଚାର୍ଟାର୍ଡ ​​ବିମାନ ମଧ୍ୟ ବୁକ୍ କରିଥିଲେ। ଉଭୟ ସୁକେଶ ଏବଂ ଜ୍ୟାକଲିନ ଚେନ୍ନାଇର ଏକ ହୋଟେଲରେ ମଧ୍ୟ ରହିଥିଲେ। ଜାମିନରେ ଥିବାବେଳେ ସୁକେଶ ଘରୋଇ ଜେଟରେ ବିମାନ ଯାତ୍ରା ପାଇଁ ପ୍ରାୟ ୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ଇଡି ତା’ ଚାର୍ଜସିଟ୍‌ରେ କହିଛି।

କିଛି ଦିନ ତଳେ ୨୦୦ କୋଟି ଠକେଇ କରିଥିବା ମାମଲାରେ ଜେଲରେ ଥିବା ସୁକେଶଙ୍କ ସହ ଜ୍ୟାକଲିନଙ୍କ ଗୋଟିଏ ରୋମାଣ୍ଟିକ ଫଟୋ ଭାଇରାଲ ହେବାରେ ଲାଗିଥିଲା। ଯେଉଁଥିରେ ସୁକେଶଙ୍କ କୋଳରେ ଜ୍ୟାକଲିନ ବସିଥିବା ବେଳେ ସେ ତାଙ୍କୁ ପଛପଟୁ କିସ୍‌ କରୁଛନ୍ତି। ଏଥିସହ ସୁକେଶ ଏହାର ସେଲଫି ମଧ୍ୟ ନେଉଛି। ଚଳିତ ବର୍ଷ ଏପ୍ରିଲ-ମେ’ରେ ଏହି ଫଟୋ ଉଠା ଯାଇଛି। ମହାଠକ ସୁକେଶ ଅନ୍ତରୀଣ ଜାମିନରେ ଜେଲରୁ ବାହାରିଥିବା ବେଳେ ଜ୍ୟାକଲିନଙ୍କୁ ଭେଟିଥିଲା। ଚେନ୍ନାଇରେ ଉଭୟ ପରସ୍ପରୁ ୪ଥର ଦେଖା କରିଥିଲେ।

The post ୨୦୦ କୋଟି ଠକେଇ ମାମଲା: ଜ୍ୟାକ୍‌ଲିନଙ୍କୁ ନେଇ ଇଡିର ବଡ ଖୁଲାସା appeared first on Odisha Reporter.



from Odisha Reporter https://ift.tt/3pu88e0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages