ମୁମ୍ବାଇ: ପୁଣି ଥରେ ବଲିଉଡରେ ପଡ଼ିଲାଣି କରୋନା କୋପ । ଗତକାଲି ବଲିଉଡର ବେବୋ ଓରଫ କରୀନା କପୁର ଖାନ୍ ଓ ତାଙ୍କ ଅନ୍ତରଙ୍ଗ ବାନ୍ଧବୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ଏହି ତାଲିକା ପୁଣି ଲମ୍ବିଛି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ପତ୍ନୀ ମହିପ କପୁର ଓ ସୋହେଲ ଖାନଙ୍କ ପତ୍ନୀ ସୀମା ଖାନ ।
ରିପୋର୍ଟ ଅନୁଯାୟୀ, ମହିପ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ଜ୍ୱର ଓ ଥଣ୍ଡାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ ଚିହ୍ନଟ ହେବା ପରେ ସେ ନିଜକୁ ଆଇସୋଲେଟ କରି କ୍ୱାରେଣ୍ଟାଇନ୍ରେ ରହିଛନ୍ତି। ଜଣେ ଦାୟିତ୍ୱବାନ ନାଗରିକର କର୍ତ୍ତବ୍ୟ ପାଳନ କରି ସେ ଏନେଇ ଅନ୍ୟମାନଙ୍କୁ ଅବଗତ କରାଯାଇଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି।
ବେବୋ ଓ ଅମୃତା ଉଭୟ ଗତକାଲି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏନେଇ ବେବୋ ନିଜ ଇନଷ୍ଟାରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ କୋଭିଡ ଦ୍ୱାରା ଆକ୍ରାନ୍ତ ହୋଇଥିବା ଫ୍ୟାନ୍ସଙ୍କୁ ଅବଗତ କରିବା ସହ ମେଡିକାଲ ପ୍ରୋଟୋକଲ ମାନି ଆଇସୋଲେସନରେ ରହିଥିବା ସୂଚନା ଦେଇଛନ୍ତି। ଏଥିସହ ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ତୁରନ୍ତ କୋଭିଡ ଟେଷ୍ଟ କରାଇ ନିଅନ୍ତୁ ବୋଲି ମଧ୍ୟ କହିଛନ୍ତି କରିନା।
ଏଥିସହ ସେ କହିଛନ୍ତି, ମୋ ପରିବାର ସଦସ୍ୟ ତଥା ଷ୍ଟାଫ ଡବଲ ଡୋଜ କରୋନା ଟିକା ନେଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ କାହାର କିଛି ଲକ୍ଷଣ ପ୍ରକାଶ ପାଇନାହିଁ। ଭଗବାନଙ୍କ ଦୟାରୁ ମୁଁ ଏବେ ଭଲ ଅନୁଭବ କରୁଛି ଓ ଖୁବ ଶୀଘ୍ର ସୁସ୍ଥ ହୋଇଯିବି ବୋଲି ଆଶା ରଖିଛି।
ଅଭିନେତ୍ରୀ ଅମ୍ରିତା ରାଓ ମଧ୍ୟ ଏନେଇ ଇନଷ୍ଟାରେ ଏକ ପୋଷ୍ଟ କରି, ମୁଁ କୋଭିଡରେ ଆକ୍ରାନ୍ତ ବୋଲି ଉଲ୍ଲେଖ କରିଛନ୍ତି । ଏଥିସହ ମେଡିକାଲ ଗାଇଡଲାଇନ୍ ଅନୁପାଳନ କରିବା ସହ ବିଏମ୍ସି ନିୟମ ମଧ୍ୟ ପାଳନ କରୁଥିବା କହିଛନ୍ତି। ମୋ ପରିବାର ସଦସ୍ୟ ଓ ଷ୍ଟାଫ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଥିବା ବେଳେ ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ କାହାର କିଛି ବି ଲକ୍ଷଣ ବାହାରିନି।
ସୂଚନାଯୋଗ୍ୟ, ୩ ଦିନ ତଳେ କରୀନା ଭଉଣୀ କରିଶ୍ମା କପୁରଙ୍କ ସହ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଏକ ପାର୍ଟିରେ ଯୋଗ ଦେଇଥିଲେ। ଫିଲ୍ମ ‘କଭି ଖୁସି କଭି ଗମ୍’ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ପାର୍ଟି ଆୟୋଜନ ହୋଇଥିଲା। ଏହି ପାର୍ଟିରେ ଅମୃତା ଅରୋରା ମଧ୍ୟ ଯୋଗ ଦେଇଥିଲେ। କରଣଙ୍କ ପାର୍ଟି ପରେ ଦୁହେଁ ଅନିଲ କପୁରଙ୍କ ଝିଅ ରିୟା କପୁରଙ୍କ ପାର୍ଟିରେ ମଧ୍ୟ ସାମିଲ ହୋଇଥିଲେ। ଏହି ପାର୍ଟିରେ ଆହୁରି ବହୁ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଏହି ୨ ଅଭିନେତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ। ତେଣୁ ବଲିଉଡରେ କରୋନା ପଜିଟିଭ ତାଲିକା ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।
ଏପରିକି ମୁମ୍ବାଇ ବିଏମ୍ସି କରୀନା ଏବଂ ଅମୃତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆର୍ଟିପିସିଆର୍ ଟେଷ୍ଟ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲା। ସେମାନଙ୍କ ମଧ୍ୟରୁ ମହିପ କପୁର ଓ ସୀମା ଖାନ ପଜିଟିଭ ଚିହ୍ନଟ ହୋଇଛନ୍ତି।
କରୀନା କପୁର ପଜିଟିଭ ଚିହ୍ନଟ ପରେ ବିଏମ୍ସି ପକ୍ଷରୁ ତାଙ୍କ ଘରକୁ ସିଲ୍ କରାଯାଇ ତାଙ୍କ ଟ୍ରାଭେଲ୍ ହିଷ୍ଟ୍ରୀର ଯାଞ୍ଚ କରାଯାଇଛି। ଭାରିଏଣ୍ଟକୁ ଜାଣିବା ପାଇଁ ତାଙ୍କ ସାମ୍ପଲକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଇ ଦିଆଯାଇଥିବା ମଧ୍ୟ ବିଏମ୍ସି ପକ୍ଷରୁ କୁହାଯାଇଛି।
The post ବେବୋ, ଅମୃତାଙ୍କ ପରେ ଆଉ ୨ ସେଲିବ୍ରିଟି ପଜିଟିଭ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3GMLDYR
No comments:
Post a Comment