ନୂଆଦିଲ୍ଲୀ: ଡରାଇଲାଣି କରୋନର ନୂଆ ଭାରିଏଣ୍ଟ ଓମିକ୍ରନ୍। ଏହାକୁ ନେଇ ଦେଶରେ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ଦେଖୁ ଦେଖୁ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଶହ ଟପିଛି। ମହାରାଷ୍ଟ୍ରରେ ସ୍ଥିତି ଚିନ୍ତାଜନକ ରହିଛି। ଏଠାରୁ ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି। ରବିବାର ଆଉ ୬ଟି ଓମିକ୍ରନ୍ ମାମଲା ସାମ୍ନାକୁ ଆସିଥିଲା। ଏହାକୁ ମିଶାଇ ଏଠାରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି।
ସେପଟେ ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ରହିଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩ରେ ପହଞ୍ଚିଛି। ଏହି ମାମଲା କେବଳ ଏତିକିରେ ସୀମିତ ନୁହେଁ, ଓମିକ୍ରନ୍ ସହିତ, ବର୍ତ୍ତମାନ କରୋନା ପଜିଟିଭ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ପ୍ୟାନେଲ ପକ୍ଷରୁ ଦାବି କରାଯାଇଛି ଯେ ଆସନ୍ତା ଏକ ମାସ ମଧ୍ୟରେ ଏହି ଭାରିଏଣ୍ଟ ଭାରତ ପାଇଁ ଏକ ବଡ ବିପଦ ହୋଇପାରେ। ପ୍ୟାନେଲ ଅନୁଯାୟୀ, ଓମିକ୍ରନ୍ କାରଣରୁ ଦେଶରେ କରୋନାର ତୃତୀୟ ଲହର ଆସିପାରେ। ଫେବୃଆରୀରେ ଏହା ପିକ୍ରେ ପହଞ୍ଚିବ ବୋଲଇ ସେମାନେ ଦାବି କରିଛନ୍ତି।
ସେପଟେ ଓମିକ୍ରନ୍କୁ ନେଇ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସେ କହିଛନ୍ତି। ବଢ଼ୁଥିବା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ସେ ଦେଶବାସୀଙ୍କୁ ସତର୍କ କରାଇଛନ୍ତି। ସେ କହିଛନ୍ତି, ‘ବ୍ରିଟେନରେ ପ୍ରତିଦିନ ପ୍ରାୟ ଏକ ଲକ୍ଷ ମାମଲା ରୁଜୁ ହେଉଛି। ଆମକୁ ଓମିକ୍ରନ୍ ଉପରେ ଅଧିକ ତଥ୍ୟ ଆବଶ୍ୟକ ରହିଛି। ଆମେରିକା, ବ୍ରିଟେନ୍ ଏବଂ ଅନ୍ୟ ଦେଶରେ କରୋନାର ବଢ଼ୁଥିବା ଗ୍ରାଫ ଉପରେ ଆମକୁ ଦୃଢ଼ି ଦେବାକୁ ପଡିବ। ପୂର୍ବରୁ ବିପଦର ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଡିବ।’
ଅନ୍ୟପଟେ ବିଶ୍ୱର ପ୍ରଥମ ଦେଶ ଭାବେ ଓମିକ୍ରନ ସଂକ୍ରମଣ ରୋକିବାକୁ ଲକ୍ଡାଉନ୍ କରିଛି ନେଦରଲ୍ୟାଣ୍ଡ। ଖ୍ରୀଷ୍ଟମାସ ବେଳେ ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ଗତକାଲିଠାରୁ ଆସନ୍ତା ଜାନୁଆରୀ ୧୪ ଯାଏଁ ଦେଶରେ ଲାଗୁ ହୋଇଛି ଲକ୍ଡାଉନ। ସେହିପରି ୟୁକେରେ ଚିହ୍ନଟ ହେଉଥିବା କୋଭିଡ୍ ପଜିଟିଭ୍ ମଧ୍ୟରୁ ୬୦ ପ୍ରତିଶତ ଓମିକ୍ରନ୍ ଭାରିଏଣ୍ଟରେ ଆକ୍ରାନ୍ତ ହେଉଥିବା କହିଛନ୍ତି ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ।
The post ଡରାଇଲାଣି ଓମିକ୍ରନ, ସତର୍କ କରାଇଲେ ଗୁଲେରିଆ appeared first on Odisha Reporter.
from Odisha Reporter https://ift.tt/30ICnW5
No comments:
Post a Comment