ମୁମ୍ବାଇ: ପ୍ରଥମ ଟେଷ୍ଟକୁ ଡ୍ର’ ରଖିବାରେ ସମର୍ଥ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟରେ ବହୁ ରନ୍ ବ୍ୟବଧାନରେ ଭାରତ ଠାରୁ ହାରିଯାଇଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ ଆଜି ଚତୁର୍ଥ ଦିନର ଲଞ୍ଚ୍ ପୂର୍ବରୁ ଶେଷ ହୋଇଯାଇଥିବା ବେଳେ ଏଥିରେ ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଦୁଇ ଟିକିଆ ସିରିଜ୍କୁ ୧-୦ରେ ଜିତି ଯାଇଛି ଟିମ୍ ଇଣ୍ଡିଆ।
ଭାରତୀୟ ଦଳ ପ୍ରଥମ ଇନିଂସ୍ରେ ସମସ୍ତ ୱିକେଟ୍ ହରାଇ ୩୨୫ ରନ୍ କରିଥିଲା। ଦ୍ୱିତୀୟ ଇନିଂସ୍ରେ ଦଳ ୭ ୱିକେଟ୍ ହରାଇ ୨୭୬ ରନ୍ କରିବା ପରେ ପାଳି ଘୋଷଣା କରିଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମ ଇନିଂସ୍ରେ ମାତ୍ର ୬୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଆଉ ୫୪୦ ରନ୍ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍ରେ ୧୬୭ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା।
The post ଭାରତର ବଡ଼ ବିଜୟ, ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ ହାତେଇଲା appeared first on Odisha Reporter.
from Odisha Reporter https://ift.tt/3Gn3aXn
No comments:
Post a Comment