ସ୍ଥଗିତ ରହିଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 11, 2021

ସ୍ଥଗିତ ରହିଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ

ବରଗଡ଼(ଦୀପକ ଶର୍ମା): ସ୍ଥଗିତ ରହିଲା ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ । ଡିସେମ୍ବର ଗାଇଡଲାଇନକୁ ନେଇ ଧନୁଯାତ୍ରାକୁ ସ୍ଥଗିତ ରଖାଯାଇଥିବାବେଳେ ଜାନୁୟାରୀ ମାସର ଗାଇଡଲାଇନ୍ ଆସିଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ବରଗଡ଼ ଜିଳ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ତଥା ଧନୁଯାତ୍ରା କମିଟି ଅଧ୍ୟକ୍ଷ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡିସେମ୍ବର ଗାଇଡ଼ଲାଇନ ଅନୁସାରେ ଧନୁଯାତ୍ରା ଆୟୋଜନ ସମ୍ଭବ ନୁହେଁ ବୋଲି ନିଷ୍ପତ୍ତି ନିଆଯାଇଛି ।

ଦୀର୍ଘ ୧୧ ଦିନ ଧରି ଚାଲୁଥିବା ଏହି ମହୋତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ତେଣୁ ବର୍ତ୍ତମାନ ପାଇଁ ଯାତ୍ରାକୁ ସ୍ଥଗିତ ରଖାଗଲା ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଜାନୁଆରୀରେ ରାଜ୍ୟ ସରକାରଙ୍କ ଗାଇଡଲାଇନ ଆସିବା ପରେ ବିଚାର କରାଯିବ ଏବଂ ପୁଣି ବୈଠକ ବସି ନିଷ୍ପତ୍ତି ନିଆଯିବ ବୋଲି ଧନୁଯାତ୍ରା କମିଟିର ଆବାହକ କହିଛନ୍ତି ।

କୋଭିଡ ଗାଇଡଲାଇନ୍‌ ଅନୁଯାୟୀ  ଧନୁଯାତ୍ରା ସମ୍ଭବ ନୁହେଁ। ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଜାନୁଆରୀ ଗାଇଡଲାଇନ୍‌ ଆସିବା ପରେ ପୁନଃବିଚାର କରାଯିବ  ବୋଲି ବରଗଡ଼ ଧନୁଯାତ୍ରା କମିଟି ଅଧ୍ୟକ୍ଷ ତଥା ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ କହିଛନ୍ତି।

The post ସ୍ଥଗିତ ରହିଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ appeared first on Odisha Reporter.



from Odisha Reporter https://ift.tt/3IEAU4g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages