ହାଇଦ୍ରାବାଦ: ପୁଣି କାୟା ମେଲାଇଲାଣି କରୋନା। ସ୍କୁଲ କଲେଜଗୁଡିକରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏବେ ପୁଣି ଥରେ ଏକ ମେଡିକାଲ କଲେଜରେ କରୋନା ବିସ୍ଫୋରଣ ହୋଇଛି। ଏକାଥରକେ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ତେଲେଙ୍ଗାନାର କରିମନଗର ଜିଲ୍ଲାର ବୋମକ୍କଲରେ ସ୍ଥିତ ଆନନ୍ଦ ରାଓ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ୪୩ ଛାତ୍ର ଏବଂ ଷ୍ଟାଫ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ କରିମନଗର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।
ମିଡିଆ ରିପୋର୍ଟ ମୁତାବକ, ସଂକ୍ରମିତଙ୍କ ମଧ୍ୟରେ ୩୩ ଜଣ କଲେଜ ଛାତ୍ର ଓ ବଳକା କଲେଜ ଷ୍ଟାଫ ଅଛନ୍ତି। କଲେଜ ପ୍ରଶାସନ ଜଣେ ଛାତ୍ରଙ୍କ ନିକଟରେ କରୋନା ଲକ୍ଷଣ ଦେଖିବା ପରେ ୨୦୦ ଛାତ୍ର ଏବଂ ଷ୍ଟାଫ୍ଙ୍କ କୋଭିଡ ପରୀକ୍ଷା କରିଥିଲେ। ସଂକ୍ରମିତ ଛାତ୍ରଙ୍କ ମଧ୍ୟରେ ଅଧିକାଂଶ ହଷ୍ଟେଲରେ ରହୁଥିବା ଛାତ୍ର ଅଛନ୍ତି।
ପିଟିଆଇ ଦେଇଥିବା ସୂଚନା ମୁତାବକ, ଉକ୍ତ କଲେଜରେ ନିକଟରେ ବାର୍ଷିକ ଉତ୍ସବ ଆୟୋଜନ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା। ଏହି ମାମଲା ସାମ୍ନାକୁ ଆସିବା ପରେ କଲେଜ ଏବଂ ହଷ୍ଟେଲକୁ ଅସ୍ଥାୟୀ ରୂପେ ବନ୍ଦ କରିଦିଆଯାଇଛି। ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଆହୁରି କିଛି ଛାତ୍ର ଏବଂ ଷ୍ଟାଫଙ୍କ କରୋନା ରିପୋର୍ଟ ଆସିବା ବାକି ଅଛି।
ଏହାପୂର୍ବରୁ ଡିସେମ୍ବର ୨ରେ ରାଜ୍ୟର ସାଙ୍ଗେରେଡି ଜିଲ୍ଲାର ଏକ ସରକାରୀ ଆବାସିକ ବିଦ୍ୟାଳୟରେ ୨୭ ଜଣ ଛାତ୍ର ଏକାସାଙ୍ଗରେ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏଥିସହିତ, କିଛି ଦିନ ପୂର୍ବେ ୪୮ ଜଣ ଛାତ୍ର ଉକ୍ତ ଜିଲ୍ଲାର ମହାତ୍ମା ଜ୍ୟୋତିବା ଫୁଲେ ଆବାସିକ ବିଦ୍ୟାଳୟରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ।
The post ପୁଣି ମେଡିକାଲ କଲେଜରେ କରୋନା ବିସ୍ଫୋରଣ, ଏକାଥରକେ ୪୩ ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3rES1wD
No comments:
Post a Comment