ବିବାହ ପାଇଁ ସଜବାଜ, ରାଜସ୍ଥାନ ମୁହାଁ ଭିକି-କ୍ୟାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 5, 2021

ବିବାହ ପାଇଁ ସଜବାଜ, ରାଜସ୍ଥାନ ମୁହାଁ ଭିକି-କ୍ୟାଟ୍‌

ମୁମ୍ବାଇ: କେହି ପାଟି ଫିଟାଉ ନ ଥିଲେ ବି ଆରମ୍ଭ ହୋଇଗଲାଣି ସେଲିବ୍ରେସନ। ଜୋରସୋରରେ ଚାଲିଛି ପ୍ରସ୍ତୁତି। ମୁମ୍ବାଇସ୍ଥିତ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। ସେହିପରି ୱେଡିଂ ଡେଷ୍ଟିନେଶନ ରାଜସ୍ଥାନର ମାଧୋପୁରରେ ବି ରିସୋର୍ଟକୁ ଦିଆଯାଉଛି ରୟାଲ ଟଚ୍‌। କାଲିଠୁ ଆରମ୍ଭ ହୋଇଯିବ ଫଙ୍କସନ୍‌। ୯ ତାରିଖରେ ପଡ଼ିବ ହାତ ଗଣ୍ଠି। ଆଉ ସବୁ ଦିନ ପାଇଁ ବଲିଉଡର ଚିକନି ଚମେଲି ପାଲଟିଯିବେ ମିସେସ୍‌ କୌଶଲ ।

ରାତି ପାହିଲେ ସଂଗୀତ ଏବଂ ମେହେନ୍ଦି ଫଙ୍କସନ୍‌ । ରାଜସ୍ଥାନର ସୱାଇ ମାଧୋପୁରର ରିଜର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରାରେ ୯ ତାରିଖରେ ପଡ଼ିବ ହାତଗଣ୍ଠି। ଏଥିପାଇଁ ଉଭୟ ଭିକି, କ୍ୟାଟ୍‌ଙ୍କ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। କ୍ୟାଟ୍‌ଙ୍କ ଘରେ ଆମେରିକାରୁ ତାଙ୍କ ପରିବାର ଲୋକ ପହଞ୍ଚିଗଲେଣି । ଏପରିକି ତାଙ୍କ ମା’, ଭାଇ, ଭଉଣୀ ସବୁ ଏବେ କ୍ୟାଟ୍‌ଙ୍କ ଘରେ ଡେରା ପକାଇଥିବା ବେଳେ କାଲି ବିଳମ୍ବିତ ରାତିରେ କ୍ୟାଟ୍‌ ନିଜ ମା’ଙ୍କ ସହ ଦୁଲହା ଭିକିଙ୍କ ଘର ବାହାରେ ସ୍ପଟ ହୋଇଥିଲେ। କ୍ୟାଟ୍‌ ଏଥେନିକ୍‌ ଲୁକ୍‌ରେ ଖୁବ ସୁନ୍ଦର ଲାଗୁଥିଲେ। ଏପରିକି ହ୍ୱାଇଟ୍‌ ଶାଢ଼ି ସାଙ୍ଗକୁ ମ୍ୟାଚିଙ୍ଗ ଇୟରରିଙ୍ଗରେ କୌଣସି ପରିଠୁ କମ୍‌ ଲାଗୁ ନ ଥିଲେ ବଲିଉଡର ଶିଲା।

ଏହାପରେ ଆଜି ଉଭୟ ପରିବାର ଲୋକ ୱେଡିଂ ଡେଷ୍ଟିନେଶନ ମୁହାଁ ହୋଇଥିବା ମିଳିଛି ସୂଚନା। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଅନୁଯାୟୀ, ବଲିଉଡର ଚିକନି ଚମେଲି କ୍ୟାଟ୍‌ଙ୍କ ଷ୍ଟାଫ ଏବ ଖୁବ୍‌ କାମରେ ଲାଗି ପଡ଼ିଛନ୍ତି। ଏପରିକି ବିବାହ ପାଇଁ ସବୁ ବ୍ୟାଗ୍‌ ପ୍ୟାକ୍‌ ହୋଇ ସାରିଥିବା ବେଳେ ତାହାକୁ ଗାଡ଼ିରେ ରଖିବାରେ ବ୍ୟସ୍ତ ତାଙ୍କ ଷ୍ଟାଫ । ଭିଡିଓରୁ ଜଣାପଡ଼ୁଛି, କ୍ୟାଟ୍‌ ଓ ତାଙ୍କ ପରିବାର ସଦସ୍ୟ ଆଜି ରାଜସ୍ଥାନମୁହାଁ ହୋଇଯିବେ। ନିଜ ବିବାହକୁ ନେଇ ଉଭୟ ବିଭି-କ୍ୟାଟ୍‌ ଏଯାଏ ମୁହଁ ଖୋଲୁ ନ ଥିବା ବେଳେ ଏତେସବୁ ପ୍ରସ୍ତୁତିକୁ ନେଇ କିନ୍ତୁ ବି-ଟାଉନ୍‌ ପଡ଼ୁଛି, ଉଠୁଛି।

କ୍ୟାଟ୍ରିନା କୈଫ ଓ ଭିକି କୌଶଲ ।

ରିପୋର୍ଟ ଅନୁଯାୟୀ, ଉଭୟଙ୍କ ବିବାହ ରୀତି ଆସନ୍ତାକାଲିଠୁ ଆରମ୍ଭ ହୋଇଯିବ । ୯ ଡିସେମ୍ବରରେ ପଡ଼ିବ ହାତଗଣ୍ଠି । ଉଭୟଙ୍କ ବିବାହକୁ ୨୦୨୧ର ବଲିଉଡର ସବୁଠୁ ବଡ଼ ବିବାହ ବୋଲି ଆଲୋଚନା ହେଉଛି

ବଲିଉଡର ଏହି ହାଇ ପ୍ରୋଫାଇଲ୍‌ ମ୍ୟାରେଜ ସେରିମନିକୁ ନେଇ ସବାଇ ମାଧୋପୁର ଜିଲ୍ଲା ପ୍ରଶାସନ ମଧ୍ୟ ଖୁବ୍‌ ତତ୍ପର । ବିବାହ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସବାଇ ମାଧୋପୁରର ଜିଲ୍ଲାପାଳ ଉଚ୍ଚସ୍ତରୀୟ ବୈଠକ ଡାକି ସାରିଛନ୍ତି। ଏପରିକି ବିବାହରେ ଯୋଗ ଦେବାକୁ ଆସିବାକୁ ଥିବା ଅତିଥୀମାନେ ଯେପରି ୨ ଡୋଜ ଭ୍ୟାକସିନି ନେଇଥିବେ ତାହାକୁ ବି କଡ଼ାକଡ଼ି ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସଦ୍ୟ ସୂଚନା ଅନୁଯାୟୀ,  ନିଜ ବିବାହ ସ୍ଥଳକୁ ଗ୍ରାଣ୍ଡ ଏଣ୍ଟ୍ରି କରିବେ ଭିକି। ଏପରିକି ୭ ଧଳା ଘୋଡ଼ାର ରଥରେ ବିବାହ ସ୍ଥଳକୁ ରାଜକୁମାର ବେଶରେ ଭିକି ଯିବେ ବୋଲି ଜଣାଯାଇଛି। ଏଥିପାଇଁ ୭ ଧଳା ଘୋଡ଼ାର ଚୟନ କରାସରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

 

View this post on Instagram

 

A post shared by Viral Bhayani (@viralbhayani)

The post ବିବାହ ପାଇଁ ସଜବାଜ, ରାଜସ୍ଥାନ ମୁହାଁ ଭିକି-କ୍ୟାଟ୍‌ appeared first on Odisha Reporter.



from Odisha Reporter https://ift.tt/3rBk3cr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages