ରେଲୱେ ଦେବ ନିଯୁକ୍ତି, ଜାଣନ୍ତୁ, ଆବେଦନ ପ୍ରକ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 1, 2021

ରେଲୱେ ଦେବ ନିଯୁକ୍ତି, ଜାଣନ୍ତୁ, ଆବେଦନ ପ୍ରକ୍ରିୟା

ରେଲୱେ ଆଣିଛି ନିଯୁକ୍ତି ସୁଯୋଗ । ନର୍ଥ-ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଗ୍ରୁପ୍‌-ସିରେ ଖାଲି ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଏଥିନିମନ୍ତେ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ଗ୍ରୁପ୍‌-ସି ପାଇଁ ସମୁଦାୟ ୨୧ଟି ପଦବୀ ଖାଲି ଥିବା ଜଣାଯାଇଛି । ଏଥିନିମନ୍ତେ ଚଳିତ ମାସ ୨୫ ତାରିଖ ରାତି ୧୧ଟା ୫୯ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି।

ଇଚ୍ଛୁକ ପ୍ରାର୍ଥୀ ‘http://www.rrcpryj.org’ ରେ କ୍ଲିକ୍‌ କରି ଆବେଦନ କରିପାରିବେ। ଏକରୁ ଅଧିକ କାଟାଗୋରୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ସମୟରେ ଉକ୍ତ କାଟାଗୋରୀକୁ ଫିଲଅପ୍‌ କରିବାକୁ କିମ୍ବା ଠିକ୍‌ ଚିହ୍ନ ମାରିବାକୁ ଭୁଲନ୍ତୁ ନାହିଁ। ହେଲେ ପ୍ରତି କାଟାଗୋରୀ ପାଇଁ ପୃଥକ ଭାବେ ପରୀକ୍ଷା ଫି ଦାଖଲ କରିବାକୁ ପଡ଼ିବ ।

ଦରମା: PB-I  ପାଇଁ ୫୨୦୦-୨୦୨୦୦ ପେ ସ୍କେଲ ସ୍ଥିର ହୋଇଛି । ଏହାବାଦ ସପ୍ତମ ପେ କମିଶନ ଲାଗୁ ହେବା ପରେ   ଏହା ପୁନଃ ନିର୍ଦ୍ଧାରଣ  ହେବ । ଏହି ସମୟରେ ମୂଳ ପେ ସ୍କେଲରେ  ଗ୍ରେଡ ପେ ୧୯୦୦/୨୦୦୦ ସଂଯୋଗ ହେବ ବୋଲି ଜଣାଯାଇଛି।

ଆବଶ୍ୟକ ଡକ୍ୟୁମେଣ୍ଟ

ଶିକ୍ଷାଗତ ଯୋଗ୍ୟତାର ସମସ୍ତ ସାର୍ଟିଫିକେଟ ।

ଜନ୍ମ ତାରିଖର ସାର୍ଟିଫିକେଟ ।

ଖେଳରେ କୌଣସି ସାର୍ଟିଫିକେଟ ହାସଲ କରିଥିଲେ, ତାହାକୁ ଦାଖଲ କରିବା ଆବଶ୍ୟକ ।

-ଅନୁସୂଚିତ ଜାତି, ଜନଜାତିର ହୋଇଥିଲେ ଏ ସମ୍ପର୍କୀତ ପ୍ରମାଣପତ୍ର ଦାଖଲ କରିବା ଉଚିତ। ଏହାଦ୍ୱାରା ଆଡମିଶନ ଫି ଉପରେ ଛାଡ଼ ମିଳିବ ।  ଡକ୍ୟୁମେଣ୍ଟ ଭେରିଫିକେସନ୍‌ ନିମନ୍ତେ ଯିବା ସମୟରେ ଅନୁସୂଚିତ ଜାତି, ଜନଜାତିର ଆବେଦନକାରୀଙ୍କୁ ଦ୍ୱିତୀୟ ଶ୍ରେଣୀ ରେଲୱେ ପାସ୍‌ ମିଳିବ । ହେଲେ ଟ୍ରେନ୍‌ରେ ରିଜର୍ଭେସନରେ ଯିବା ସମୟରେ ରେଲୱେ ଷ୍ଟାଫ ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିବେ ।

କିପରି କରିବେ ଆବେଦନ 

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଦେୟ ଦେବାକୁ ପଡ଼ିବ । ହେଲେ ଅନୁସୂଚିତ ଜାତି, ଜନଜାତି ପ୍ରାର୍ଥୀ, ପୂର୍ବତନ ସେନା- କର୍ମଚାରୀ, ଦିବ୍ୟାଙ୍ଗ ପ୍ରାର୍ଥୀ, ମହିଳା, ଆର୍ଥିକ ପଛୁଆ କାଟାଗୋରୀର ଛାତ୍ରଛାତ୍ରୀ ଯେଉଁ ପରିବାରର ରୋଜଗାର  ବାର୍ଷିକ ୫୦ ହଜାରରୁ କମ୍‌ ଥିବ ସେମାନଙ୍କୁ ୨୫୦ ଟଙ୍କା ଫି ଦେବାକୁ ପଡ଼ିବ   । ଅନଲାଇନ୍‌ରେ ଫର୍ମ ଫିଲଅପ୍‌ କରିବାକୁ କୁହାଯାଇଥିବା ବେଳେ ଡକ୍ୟୁମେଣ୍ଟର ହାର୍ଡ କପି ଆହ୍ଲାବାଦସ୍ଥିତ ରେଲୱେ କାର୍ଯ୍ୟାଳୟକୁ ପଠାଇବାର କୌଣସି ଆବଶ୍ୟକତା ନାହିଁ।

The post ରେଲୱେ ଦେବ ନିଯୁକ୍ତି, ଜାଣନ୍ତୁ, ଆବେଦନ ପ୍ରକ୍ରିୟା appeared first on Odisha Reporter.



from Odisha Reporter https://ift.tt/3D9lPDS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages