ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଭାରତର ହରନାଜ ସାନ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 13, 2021

ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଭାରତର ହରନାଜ ସାନ୍ଧୁ

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଫେରିଛି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ। ଭାରତର ହରନାଜ ସାନ୍ଧୁ ୨୦୨୧ ମସିହା ବ୍ରାହ୍ମଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ମୁକୁଟ ଜିତିଛନ୍ତି। ଇସ୍ରାଏଲର ଇଲାଟରେ ଅନୁଷ୍ଠିତ ୭୦ତମ ମିସ୍‌ ୟୁନିଭର୍ସରେ ହାରନାଜ ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଶେଷଥର ପାଇଁ ୨୦୦୦ ମସିହାରେ ବିଲଉଡ ଅଭିନେତ୍ରୀ ଲାରା ଦତ୍ତା ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ଜିତିଥିଲେ। ସେହିପରି ୧୯୯୪ରେ ସୁସ୍ମିତା ସେନ ମିସ ୟୁନଭର୍ସ ହୋଇଥିଲେ। ଏବେ ଏହି ତାଲିକାରେ ଏବେ ହରନାଜ ସାନ୍ଧୁ ଯୋଡ଼ି ହୋଇଯାଇଛନ୍ତି।


ପଞ୍ଜାବର ୨୧ ବର୍ଷୀୟ ହରନାଜଙ୍କୁ ଫାଇନାଲ ରାଉଣ୍ଡରେ ପାରାଗୁୟେ ଓ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ବେଶ ଚ୍ୟାଲେଞ୍ଜ ଦେଇଥିଲେ। ତେବେ ଶେଷ ମୁହୂର୍ତ୍ତରେ ହରନାଜ ମୁକୁଟ ହାତେଇବାକୁ ସକ୍ଷମ ହୋଇଛନ୍ତି। ତାଙ୍କୁ ୨୦୨୦ର ମିସ୍‌ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରେଆ ମେଜା ବିଜୟ ମୁକୁଟ ପିନ୍ଧାଇଛନ୍ତି। ଏକାଧିକ ପଞ୍ଜାବୀ ଫିଲ୍କରେ ଅଭିନୟ କରିଥିବା ହରନାଜ ଫେମିନା ମିସ୍‌ ଇଣ୍ଡିଆ ପଞ୍ଜାବ ଭଳି ଅନେକ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ।

ଫାଇନାଲ ରାଉଣ୍ଡରେ ପ୍ରତିଯୋଗୀଙ୍କୁ ବିଭିନ୍ନ ପ୍ରକାରର ଚାପର ସମ୍ମୁଖୀନ ହେଉଥିବା ଯୁବ ମହିଳାମାନଙ୍କୁ କ’ଣ ପରାମର୍ଶ ଦେବେ ବୋଲି ପଚରା ଯାଇଥିଲା। ଏହାପରେ ଜବାବରେ ଭାରତର ହରନାଜ କହିଥିଲେ ଯେ ନିଜକୁ ନିଜେ ବିଶ୍ୱାସ କରିବା ହିଁ ଆଜିର ଯୁବ ସମାଜ ଆଗରେ ସବୁଠାରୁ ବଡ଼ ଚାପ ଭାବେ ଉଭା ହୋଇଛି। ଜଣେ ନିଜ ଭିତରେ ଥିବା ସ୍ୱତନ୍ତ୍ରତାକୁ ଚିହ୍ନବା ଦରକାର ଓ ଏହା ହିଁ ଜୀବନକୁ ସୁନ୍ଦର କରିଥାଏ।

ଅନ୍ୟ ସହିତ ନିଜକୁ ତୁଳନା କରିବା ବନ୍ଦ କରନ୍ତୁ ଓ ବିଶ୍ୱରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରନ୍ତୁ। ଏହା ଆପଣଙ୍କୁ ବୁଝିବାକୁ ପଡ଼ିବ। ଆପଣ ନିଜ ହିଁ ନିଜ ଜୀବନର ମାଲିକ। ନିଜ ସ୍ୱରର ମାଲିକ ମଧ୍ୟ ଆପଣ। ତେଣୁ ଆଗକୁ ଆସି ନିଜ କଥା କୁହନ୍ତୁ। ମୋ ନିଜର ଉପରେ ମୋର ଭରସା ଓ ବିଶ୍ୱାସ ଅଛି। ତେଣୁ ଆଜି ମୁଁ ଏଠି ଛିଡ଼ା ହୋଇଛି ବୋଲି କହି ସମସ୍ତଙ୍କ ହୃଦୟ ଜିତି ପାରିଥିଲେ।

ମାତ୍ର ୧୭ ବର୍ଷ ବୟସରେ ହରନାଜ ମଡେଲିଂ କରିବା ଆରମ୍ଭ କରିଥିଲେ। ସେ ୨୦୨୧ ମିସ୍‌ ଡିଭା, ଫେମିନା ମିସ ଇଣ୍ଡିଆ ପଞ୍ଜାବ ୨୦୧୯ ଟ୍ରଫି ଜିତିଛନ୍ତି। ସେହିପରି ୨୦୧୯ ଫେମିନା ମିସ୍‌ ଇଣ୍ଡିଆର ଟପ୍‌ ୧୨ରେ ମଧ୍ୟ ସେ ସ୍ଥାନ ପାଇଥିଲେ।

The post ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଭାରତର ହରନାଜ ସାନ୍ଧୁ appeared first on Odisha Reporter.



from Odisha Reporter https://ift.tt/3lXpYF2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages