ଆଜି ପହଞ୍ଚିବ ଓଡ଼ିଆ ଯବାନ ରାଣାପ୍ରତାପଙ୍କ ପାର୍ଥୀବ ଶରୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 10, 2021

ଆଜି ପହଞ୍ଚିବ ଓଡ଼ିଆ ଯବାନ ରାଣାପ୍ରତାପଙ୍କ ପାର୍ଥୀବ ଶରୀର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୮ ତାରିଖରେ କୁନୁରରେ ଘଟିଥିବା ହେଲିକପ୍ଟରଟି ଦୁର୍ଘଟଣାରେ ‘ସିଡିଏସ୍‌’ ବିପିନ ରାୱତଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିଲେ।  ମୃତକଙ୍କ ମଧ୍ୟରେ ଥିବା ଓଡ଼ି଼ଆ ଯବାନ  ରାଣାପ୍ରତାପ ଦାସଙ୍କ ପାର୍ଥୀବ ଶରୀର ଆଜି ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସିବ ବୋଲି ଜଣାଯାଇଛି।

ଆଜି ଅପରାହ୍ନ ୧ଟା ପରେ ରାଣାପ୍ରତାପଙ୍କ ମରଶରୀର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦିରରେ ପହଞ୍ଚିବ । ସେଠାରେ ତାଙ୍କୁ ଶେଷ ସମ୍ମାନ ଜଣାଯାଇ ପାର୍ଥୀବ ଶରୀରକୁ ତାଙ୍କ ଗାଁ ଅନୁଗୋଳ ଜିଲ୍ଲା ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯିବ । ଏହାପରେ ସେଠାରେ ତାଙ୍କ ଶେଷକୃତ ସମ୍ପନ୍ନ ହେବ ବୋଲି ଜଣାଯାଇଛି।

ମୃତ ରାଣାପ୍ରତାପ ଦାସଙ୍କ ପତ୍ନୀ ଓ ଶିଶୁପୁତ୍ର ଗତକାଲି ତାଙ୍କ ଗାଁରେ ପହଞ୍ଚି ସାରିଥିବା ଜଣାଯାଇଛି। ପୁଅର ମୃତ୍ୟୁରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ମୃତ ରାଣାପ୍ରତାପଙ୍କ ବାପା ଜଣେ ହୃଦରୋଗୀ ହୋଇଥିବା ବେଳେ ମା’ ଜଣେ ମାନସିକ ରୋଗୀ। ପୁଅର ମୃତ୍ୟୁ ଖବର ପାଇ ସେମାନଙ୍କ ମାନସିକ ସ୍ଥିତି ଭଲ ନ ଥିବା ବେଳେ ଆଜି ପୁଅକୁ ଶେଷ ଥର ପାଇଁ ଦେଖା କରିବାକୁ ଅନାଇ ବସିଛନ୍ତି।

ରାଣାପ୍ରତାପଙ୍କ ମୃତଦେହ ଆଜି ଗାଁରେ ପହଞ୍ଚିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିବା ଜଣାଯାଇଛି। ଏ ନେଇ ସୂଚନା ପାଇଲେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ ସମ୍ପନ୍ନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ଗତକାଲି  ସିଡିଏସ୍ ଜେନେରାଲ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଅନ୍ତିମ ସଂସ୍କାର  ଦିଲ୍ଲୀର ବ୍ରାର୍ ସ୍କୋୟାର ଶ୍ମଶାନ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଛି। ଦୁଇ ଝିଅ କ୍ରିତିକା ଓ ତାରିଣୀ ଉଭୟ ବାପାମା’ଙ୍କୁ ମୁଖାଗ୍ନି ଦେଇଥିଲେ।  ଶେଷ ସମ୍ମାନ ସ୍ୱରୂପ ଜେନେରାଲ ରାୱତଙ୍କୁ ୧୭ ତୋପ ସଲାମୀ ମଧ୍ୟ ଦିଆଯାଇଥିଲା।

ସୂଚନାଯୋଗ୍ୟ, ବୁଧବାର ଜେନେରାଲ ରାୱତ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ। ସେଠାରୁ ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସିଡିଏସ୍‌ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୪ ଜଣ ହେଲିକପ୍ଟର୍‌ରେ ଉଡ଼ାଣ ଭରିଥିଲେ। କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରି ଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨.୨୦ରେ ଏହି ଘଟଣା ଘଟିଥିଲା।

ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକାଧିକ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିଲା। ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଗ୍ରୁପ୍‌ କ୍ୟାପ୍ଟେନ ବରୁଣ ସିଂହ ଏବେ ବେଙ୍ଗାଲୁରୁରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର ୪୫% ଅଂଶ ପୋଡ଼ି ଯାଇଛି। ତାଙ୍କୁ ଜୀବନ ରକ୍ଷାକାରୀ ଉପକରଣ ଦ୍ୱାରା ଚିକିତ୍ସା ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି।

The post ଆଜି ପହଞ୍ଚିବ ଓଡ଼ିଆ ଯବାନ ରାଣାପ୍ରତାପଙ୍କ ପାର୍ଥୀବ ଶରୀର appeared first on Odisha Reporter.



from Odisha Reporter https://ift.tt/3IFt4HH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages