କାମାକ୍ଷାନଗର (ବିଦ୍ୟାଧର ବରାଳ): ବ୍ରାହ୍ମଣୀ ନଦୀକୁ ଖସି ପଡ଼ିଲା ଟ୍ରକ୍। ଚାଲିଗଲା ଡ୍ରାଇଭରଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜଟିଆ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏଠାରେ ୫୩ ନଂ ଜାତୀୟ ରାଜପଥରେ ଥିବା ବ୍ରିଜରୁ ଟ୍ରକ୍ଟି ନଦୀକୁ ଖସି ପଡ଼ିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଟ୍ରକ୍ଟିରେ ଆଇରନ୍ ଓର୍ ଥିଲା। ଏହା କେନ୍ଦୁଝରରୁ ଆଇରନ୍ ଓର ନେଇ ଅନୁଗୋଳ ଅଭିମୁଖେ ଯାଉଥିଲା। ତେବେ ଜଟିଆ ଗାଁ ନିକଟରେ ବ୍ରିଜ୍ ଉପରେ ଟ୍ରକ୍ର ଆଗ ଚକା ଫାଟି ଯାଇଥିଲା। ଏହା ପରେ ଟ୍ରକ୍ଟି ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ସେ ଟ୍ରକ୍ ଭିତରେ ଚାପି ହୋଇ ରହିଯାଇଥିଲେ।
ମୃତ ଡ୍ରାଇଭରଙ୍କ ନାଁ ମାନସ ରଞ୍ଜନ ଧୀର। ତାଙ୍କ ଘର ଅନୁଗୋଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ। ତାଳଚେର ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଡ୍ରାଇଭରଙ୍କୁ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ମଧ୍ୟରୁ ବାହାର କରିଥିଲେ। ଉଦ୍ଧାରକାର୍ଯ୍ୟ ପାଇଁ କିଛି ସମୟ ଧରି ଏଠାରେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
The post ବ୍ରହ୍ମଣୀ ନଦୀକୁ ଖସି ପଡ଼ିଲା ଟ୍ରକ୍, ଡ୍ରାଇଭର ମୃତ appeared first on Odisha Reporter.
from Odisha Reporter https://ift.tt/3ITxg6X
No comments:
Post a Comment