ଫାଣ୍ଡିରେ ପଶିଲେ, ପଥର ଫିଙ୍ଗିବା ସହ ଭଙ୍ଗାରୁଜା ବି କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 22, 2021

ଫାଣ୍ଡିରେ ପଶିଲେ, ପଥର ଫିଙ୍ଗିବା ସହ ଭଙ୍ଗାରୁଜା ବି କଲେ

ଅନୁଗୋଳ(ବିରଜା ଦାସ):  ପୁଲିସ୍‌ ଶୁଣିଲାନି ଅଭିଯୋଗ । ଶେଷରେ ଫାଣ୍ଡିରେ ପଶି ଉନ୍ମତ୍ତ କାଣ୍ଡ ଘଟାଇଲେ ବ୍ୟକ୍ତି। ଏପରିକି ପୁଲିସ୍‌ ଟୋପି ପିନ୍ଧି ରାସ୍ତାରେ ବୁଲିବା ସହ ଗେଟ, ସାଇନବୋର୍ଡ ଭାଙ୍ଗି ପକାଇଲେ। ପୁଲିସ୍‌ ସବୁ ଦେଖି ବି ନିରବଦ୍ରଷ୍ଟା ସାଜିଲା। ଏପରି ଚାଞ୍ଚଲ୍ୟକର ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗେଡ଼ିଆ ଫାଣ୍ଡିରେ ଘଟିଥିବା ବେଳେ ତଦନ୍ତ ଚଳାଇଛି ପୁଲିସ୍‌।

ସୂଚନା ଅନୁଯାୟୀ, ଗତକାଲି ଖମାର ଗ୍ରାମର ଭାସ୍କର ସାହୁ ଶଗଡ଼ ଧରି ବାଗେଡ଼ିଆ ଫାଣ୍ଡିରେ ପହଞ୍ଚିଥିଲେ। ଫାଣ୍ଡିରେ ପହଞ୍ଚିବା ପରେ ମଝି ରାସ୍ତାରେ ଶଗଡ଼ ରଖି ଦୁଇ ବଳଦକୁ ଖୋଲିଦେଇଥିଲେ। ତାଙ୍କ ଆପତ୍ତି କେହି ଶୁଣୁନଥିବା କହି ଅତର୍କିତ ଭାବେ ଫାଣ୍ଡି କାର୍ଯ୍ୟାଳୟକୁ ପଥର ଫିଙ୍ଗିବା ସହିତ ଗେଟ, ସାଇନବୋର୍ଡ ଭାଙ୍ଗି ଦେଇଥିଲେ। ଏହାପରେ ଫାଣ୍ଡି ଟେବୁଲ ଉପରେ ଥିବା ପୁଲିସ ଟୋପି ପିନ୍ଧି ଚେୟାର ନେଇ ପୁଣି ଥରେ  ଶଗଡ଼ରେ ଫେରିଯାଇଥିଲେ।

ଭାସ୍କର ଦୁଇ ଘଣ୍ଟା ଧରି ଏପରି କାଣ୍ଡ ଭିଆଉ ଥିବାବେଳେ ଫାଣ୍ଡିରେ ଥିବା ଜଣେ କନଷ୍ଟେବଳ କେବଳ ଦେଖଣାହାରୀ ସାଜିଥିଲେ।  ପରେ ଏ ନେଇ ସେ ଛେଣ୍ଡିପଦା ଥାନାକୁ ସୂଚନା ଦେଇଥିଲେ।  ଉନ୍ମତ୍ତ କାଣ୍ଡ ପରେ ଭାସ୍କର ମୁଣ୍ଡରେ ପୁଲିସ୍‌ ଟୋପି ପିନ୍ଧି କାଗଜପତ୍ର ଓ ଚେୟାର ଶଗଡ଼ରେ ରଖି  ଘରକୁ ଫେରୁଥିଲେ। ହେଲେ ବାଟରେ ଛେଣ୍ଡିପଦା ପୁଲିସ୍‌ ତାଙ୍କ ନିକଟରୁ ସମସ୍ତ ଜିନିଷ ଜବତ କରିବା ସହ ତାଙ୍କୁ ଅଟକ ରଖିଛି।

ପୁଲିସ୍‌ ସୂଚନା ଅନୁଯାୟୀ ଜମିଜମା ବାବଦରେ ବ୍ୟକ୍ତିଜଣକ  ଗତ ମଙ୍ଗଳବାର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୁଲିସ୍‌କୁ  ମଧ୍ୟ ଜଣାଇଥିଲେ। ମାତ୍ର ତାଙ୍କ ଅଭିଯୋଗ କେହି ଶୁଣି ନ ଥିବା ବେଳେ ଦୁର୍ବ୍ୟବହାର ପ୍ରଦଶନ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ବ୍ୟକ୍ତିଜଣକ ଗତକାଲି ଏପରି କାଣ୍ଡ ଭିଆଇଥିବା ଜଣାଯାଇଛି।

The post ଫାଣ୍ଡିରେ ପଶିଲେ, ପଥର ଫିଙ୍ଗିବା ସହ ଭଙ୍ଗାରୁଜା ବି କଲେ appeared first on Odisha Reporter.



from Odisha Reporter https://ift.tt/3yULVu0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages