ଦିଘା ବୁଲି ଫେରୁଥିଲେ ୫ ଜଣ, ପିଟିଦେଲା ଅଜଣା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 2, 2021

ଦିଘା ବୁଲି ଫେରୁଥିଲେ ୫ ଜଣ, ପିଟିଦେଲା ଅଜଣା ଗାଡ଼ି

ଜଳେଶ୍ୱର(ଅଜିତ ଦାସ): ଦିଘାରୁ ବୁଲାବୁଲି କରି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା। ଏକ ଅଜଣା ଗାଡ଼ି ପିଟି ଦେବାରୁ କାର୍‌ରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ  ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଧୀନ ସାତଶୁଳିଆ ଛକ ନିକଟରେ ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁୟୀ, ୫  ଗୁରୁତରଙ୍କ ମଧ୍ୟରେ ଜଣେ ଜଳେଶ୍ୱରର ଥିବା ବେଳେ ୩ ଜଣ ଭୁବନେଶ୍ୱର ଓ ଜଣେ ବାଲେଶ୍ୱର ଅଞ୍ଚଳର। ସେମାନେ ଏକ କାର୍‌ ଯୋଗେ ଦିଘା ବୁଲିବାକୁ ଯାଇଥିଲେ। ସେଠାରୁ ଗତକାଲି ଫେରୁଥିବା ବେଳେ ସାତଶୁଳିଆ ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ, କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି।

ରାତିରେ ପ୍ରଚଣ୍ଡ ଶବ୍ଦ ଶୁଣି ନିକଟସ୍ଥ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେମାନେ ଆମ୍ବୁଲାନ୍ସ ଡାକି ଗୁରୁତରଙ୍କୁ ଜଳେଶ୍ୱର ଡାକ୍ତରଖାନା ପଠାଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ କିଛି ପତ୍ତା ମିଳିପାରିନି।

The post ଦିଘା ବୁଲି ଫେରୁଥିଲେ ୫ ଜଣ, ପିଟିଦେଲା ଅଜଣା ଗାଡ଼ି appeared first on Odisha Reporter.



from Odisha Reporter https://ift.tt/31n1EWc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages