ଚୋରି ହୋଇଗଲା ମିରାଜ ଯୁଦ୍ଧ ବିମାନର ଟାୟାର, ଏଫଆଇଆର ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 2, 2021

ଚୋରି ହୋଇଗଲା ମିରାଜ ଯୁଦ୍ଧ ବିମାନର ଟାୟାର, ଏଫଆଇଆର ରୁଜୁ

ଲକ୍ଷ୍ନୌ: ଭାରତୀୟ ସେନା ବ୍ୟବହାର କରୁଥିବା ମିରାଜ ଯୁଦ୍ଧ ବିମାନର ଗୋଟିଏ ଟାୟାର ଚୋରି ହୋଇଯାଇଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ବକ୍ସି-କା-ତଲାବ ଏୟାରବେସ୍‌ରୁ ଟ୍ରକ୍‌ ଯୋଗେ ଯୋଧପୁର ଯାଉଥିବା ବେଳେ ଅଧା ବାଟରୁ ଏପରି ଟାୟାର ଚୋରି ଘଟଣା ଘଟିଛି। ଅଜଣା ଦୁର୍ବୃତ୍ତମାନେ ଟ୍ରକ୍‌ ଭିତରୁ ମିରାଜ ଯୁଦ୍ଧ ବିମାନର ଗୋଟିଏ ଟାୟାର ଚୋରି କରି ନେଇ ଯାଇଥିବାରୁ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୨୭ ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି। ଲକ୍ଷ୍ନୌରେ ଥିବା ଶହୀଦ ପଥ ଦେଇ ଟ୍ରକଟି ଯାଉଥିବା ବେଳେ ମିରାଜ ଯୁଦ୍ଧ ବିମାନର ଟାୟାର ଚୋରି ହୋଇଛି। ଟ୍ରକ୍ ଡ୍ରାଇଭର ହେମ ସିଂହ ରାୱତ ଚୋରି କଥାକୁ ନିଶ୍ଚିତ କରିଛନ୍ତି।

ତାଙ୍କ କହିବା ଅନୁଯାୟୀ, ଶହୀଦ ପଥରେ ବେଶ ଟ୍ରାଫିକ ଜାମ ହୋଇଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଗୋଟିଏ ସ୍କୋପ୍ରିଓ ଯୋଗେ କନସାଇନମେଣ୍ଟ ଯାଉଥିବା ଟ୍ରକ୍‌ ନିକଟରେ ପହଞ୍ଚିଥିଲେ। ଏହାପରେ ଟାୟାର ବନ୍ଧା ଯାଇଥିବା ଷ୍ଟ୍ରାପକୁ କାଟି ଏହାକୁ ଚୋରି କରି ନେଇଥିଲେ।

ଟ୍ରକ୍‌ ଡ୍ରାଇଭର ହେମ ସିଂହ ରାୱତ ଏହା ଜାଣିବା ପୂର୍ବରୁ ଚୋରମାନେ ସେଠାରୁ ଖସି ଚାଲି ଯିବାକୁ ସକ୍ଷମ ହୋଇଥିଲେ। ଏହାପରେ ସେ ତୁରନ୍ତ ପୁଲିସ୍‌କୁ ଫୋନ କରିଥିଲେ। ପୁଲିସ୍‌ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାତି ୧୨.୩୦ରୁ ୧ଟା ମଧ୍ୟରେ ଏପରି ଘଟଣା ଘଟିଛି।

ଟ୍ରାଫିକ ଜାମ ଯୋଗୁ ଟ୍ରକ୍‌ଟି ଧୀରେଧୀରେ ଯାଉଥିଲା। ତେଣୁ ଦୁର୍ବୃତ୍ତମାନେ ଟାୟାର ଷ୍ଟ୍ରାପକୁ କାଟିବାକୁ ସକ୍ଷମ ହୋଇଥିଲେ। ଘଟଣା ନଭେମ୍ବର ୨୭ରେ ଘଟିଥିବା ବେଳେ ଡିସେମ୍ବର ୧ରେ ଏନେଇ ଏଫଆଇଆର ରୁଜୁ କରାଯାଇଛି।

ଏବେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ମିରାଜ ୨୦୦୦ ଯୁଦ୍ଧ ବିମାନର ୫ଟି ଟାୟାର ଲକ୍ଷ୍ନୌରୁ ଯୋଧପୁର ଯାଉଥିଲା। ଏହା ମଧ୍ୟରୁ ଗୋଟିଏ ଟାୟାର ଚୋରି ହୋଇଯାଇଛି।

The post ଚୋରି ହୋଇଗଲା ମିରାଜ ଯୁଦ୍ଧ ବିମାନର ଟାୟାର, ଏଫଆଇଆର ରୁଜୁ appeared first on Odisha Reporter.



from Odisha Reporter https://ift.tt/3EjT0pv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages