କଣ୍ଟାବାଞ୍ଜି (ଅନ୍ତିମ ପ୍ରାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ସିଂଧେକେଲା ଥାନା ଅନ୍ତର୍ଗତ ଚାନ୍ଦୋତରା ଛକ ନିକଟର ଟ୍ରକ୍- ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଦେଡ଼ଗାଁର କରୁଣା ଥପା ଓ ଯୁବରାଜ ଥପା। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଟ୍ରକ୍ଟି ଚାନ୍ଦୋତରାରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଏକ ସ୍କୁଟିରେ କରୁଣା ଓ ଯୁବରାଜ ଆସୁଥିଲେ। ତାଙ୍କ ସ୍କୁଟି ସହ ଟ୍ରକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ଟ୍ରକ୍ ତଳେ ସ୍କୁଟିଟି ପଶି ଯାଇ ଚାପି ହୋଇଯାଇଥିଲା।
ଆଜି ସକାଳେ ସ୍ଥାନୀୟ ଲୋକେ ଦୁର୍ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ। ସିଂଧେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପୁଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍କୁ ଜବତ କରିଛି।
The post ଟ୍ରକ୍ ଚକା ତଳେ ପଶିଗଲା ସ୍କୁଟି appeared first on Odisha Reporter.
from Odisha Reporter https://ift.tt/3qPcLBj
No comments:
Post a Comment