ଧରା ପଡ଼ିଲା ୭ କୋଟିର ନକଲି ନୋଟ, ୭ ଜଣଙ୍କୁ ବାନ୍ଧିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 26, 2022

ଧରା ପଡ଼ିଲା ୭ କୋଟିର ନକଲି ନୋଟ, ୭ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ମୁମ୍ବାଇ: ବିମୁଦ୍ରାକରଣକୁ ପ୍ରାୟ ୫ ବର୍ଷରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଦେଶରେ ନକଲି ନୋଟର କାରବାର ଉପରେ ଏହାର କୌଣସି ପ୍ରଭାବ ପଡ଼ିନି। ଅନେକ ଗ୍ୟାଙ୍ଗ ନିୟମିତ ଭାବେ ବେଧଡ଼କ ନକଲି ନୋଟ ଚାଲାଣ କରୁଛନ୍ତି। ତେବେ ନକଲି ନୋଟ କାରବାରରେ ସାମିଲ ଥିବା ଗୋଟିଏ ଗ୍ୟାଙ୍ଗ ଏବେ ମୁମ୍ବାଇ ପୁଲିସ୍‌ ପଞ୍ଝାରେ ପଡ଼ିଛି।

ଏହି ଗ୍ୟାଙ୍ଗ ଠାରୁ ପୁଲିସ୍‌ ୭ କୋଟି ଟଙ୍କାର ନକଲି ନୋଟ ଜବତ କରିବାକୁ ସକ୍ଷମ ହୋଇଛି। ଏଥିସହ ଆନ୍ତଃରାଜ୍ୟ ନକଲି ନୋଟ କାରବାର କରୁଥିବା ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ନକଲି ନୋଟ ଛାପିବା ସହ ବିଭିନ୍ନ ରାଜ୍ୟରେ ଏହାକୁ ପହଞ୍ଚାଉଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ୟୁନିଟ-୧୧ ଦାହିସାର ଚେକ ପୋଷ୍ଟରେ ଗୋଟିଏ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। କାର୍ ଯାଞ୍ଚ ବେଳେ ପ୍ରଥମେ ଗୋଟିଏ ବ୍ୟାଗ ଠାବ ହୋଇଥିଲା। ଏହାକୁ ଖୋଲିବା ପରେ ଏଥିରୁ ୨୫୦ ବଣ୍ଡଲର ନକଲି ୨ ହଜାର ଟଙ୍କିଆ ନୋଟ ମିଳିଥିଲା। ଏଥିରେ ମୋଟ ୫ କୋଟି ଟଙ୍କାର ନକଲି ନୋଟ ରହିଥିଲା। କାରରେ ଥିବା ୪ ଜଣଙ୍କୁ ପୁଲିସ୍‌ ଗିରଫ କରି ଜେରା କରିଥିଲା। ଏହି ସମୟରେ ସେମାନେ ତାଙ୍କର ଆଉ ୩ ଜଣ ସହଯୋଗୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ।

ସୂଚନା ପାଇବା ପରେ ପୁଲିସ୍ ପଶ୍ଚିମ ଅନ୍ଧେରୀ ଉପକଣ୍ଠରେ ଥିବା ଗୋଟିଏ ହୋଟେଲରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ମଧ୍ୟ ୧୦୦ଟି ବଣ୍ଡଲରେ ରହିଥିବା ୨ କୋଟି ଟଙ୍କାର ନକଲି ନୋଟ ମିଳିଛି। ଏହାର ଅର୍ଥ ୭ ଜଣଙ୍କ ଠାରୁ ମୋଟ ୩୫୦ ବଣ୍ଡଲର ୨ ହଜାର ଟଙ୍କିଆ ନୋଟ ଜବତ ହୋଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ନକଲି ନୋଟ ବ୍ୟତୀତ ପୁଲିସ୍‌ ଗୋଟିଏ ଲ୍ୟାପଟପ, ୭ଟି ମୋବାଇଲ ଫୋନ, ଅସଲି ୨୮,୧୭୦ ଟଙ୍କା, ଆଧାର କାର୍ଡ, ପାନ କାର୍ଡ ଓ ଅନ୍ୟାନ୍ୟ ଜିନିଷ ଠାବ କରିଛି। ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗରେ ଆଉ କେଉଁମାନେ ସାମିଲ ଅଛନ୍ତି, ତା’ର ଖୋଳତାଡ଼ ଏବେ କରାଯାଉଛି। ଏଥିପାଇଁ ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ୩୧ ତାରିଖ ଯାଏ ରିମାଣ୍ଡରେ ନେଇଛି।

The post ଧରା ପଡ଼ିଲା ୭ କୋଟିର ନକଲି ନୋଟ, ୭ ଜଣଙ୍କୁ ବାନ୍ଧିଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/3u81tKj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages