କୋଳରେ ମାସକର ଛୁଆ ଧରି ନିର୍ବାଚନ ମଇଦାନରେ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 26, 2022

କୋଳରେ ମାସକର ଛୁଆ ଧରି ନିର୍ବାଚନ ମଇଦାନରେ ପ୍ରାର୍ଥୀ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କୋଳରେ ମାସକର ଛୁଆ। ତଥାପି ନିର୍ବାଚନ ବୈତରଣୀ ପାର୍‌ ହେବା ଆଶାରେ ଜଟିଳ ଗୋଟି ଚାଳନା କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ସଦ୍ୟ ମା’ ହୋଇଥିବା ପ୍ରାର୍ଥିନୀ । ଏପରିକି  କୋଳରେ ଛୁଆକୁ ଧରି କରୁଛନ୍ତି ଘନ ଘନ  ପ୍ରଚାର।  ଘର ଘର ବୁଲି ଲୋକଙ୍କ ସହ କଥା ହେବା ସହ ଭୋଟ ଭିକ୍ଷା ମଧ୍ୟ କରୁଛନ୍ତି ଦୁର୍ଗାବତୀ ପ୍ରଧାନ  ନାମ୍ନୀ  ପ୍ରାର୍ଥୀ। ଏପରି ନିଆରା ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ର ଦଶିପୁର ପଂଚାୟତରେ ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୫ ନମ୍ବର ଜୋନ୍‌ରୁ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି ଦୁର୍ଗାବତୀ ପ୍ରଧାନ । ପ୍ରଚାର ଆରମ୍ଭର ପ୍ରଥମ ଦିନରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ମା’ ଗୋଜବାୟାଣୀଙ୍କ ନିକଟରୁ ଆର୍ଶିବାଦ ନେଇ ନିଜର ସମର୍ଥକଙ୍କ ସହିତ ପଂଚାୟତରେ ପ୍ରଚାର ଆରମ୍ଭ କରିଛନ୍ତି  ଦୁର୍ଗାବତୀ । ଏପରିକି କୋଳରେ ଛୁଆକୁ ଧରି ଅନାୟସରେ ସମର୍ଥକଙ୍କ ସହ ପାଦ ଆଗକୁ ବଢ଼ାଇ ଘରକୁ ଘର ବୁଲୁଛନ୍ତି। ଲୋକଙ୍କ ସମସ୍ୟା ବୁଝୁଛନ୍ତି ଓ ସମାଧାନର ପ୍ରତିଶ୍ରୁତି ଦେଉଛନ୍ତି।

କୋଳରେ ଛୁଆ ଧରି ପ୍ରଚାର କରୁଛନ୍ତି ଦୁର୍ଗାବତୀ।

ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଗାଁ ଗାଁରେ ଜମିଛି ନିର୍ବାଚନୀ ମାହୋଲ । ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରମୁଖ ତିନିଦଳର ପ୍ରାର୍ଥୀ ଆରମ୍ଭ କରିଛନ୍ତି ନିର୍ବାଚନୀ ପ୍ରଚାର । ଏପରି ସମୟରେ କୋଳରେ ଛୁଆକୁ ଧରି ପ୍ରାର୍ଥିନୀଙ୍କ ପ୍ରଚାର ଭୋଟରଙ୍କୁ ବେଶ୍‌ ଆକୃଷ୍ଟ କରୁଛି।

The post କୋଳରେ ମାସକର ଛୁଆ ଧରି ନିର୍ବାଚନ ମଇଦାନରେ ପ୍ରାର୍ଥୀ appeared first on Odisha Reporter.



from Odisha Reporter https://ift.tt/3g0VNtj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages