ଚାନ୍ଦବାଲି (ଓଡ଼ିଶା ରିପୋର୍ଟର): ନିର୍ବାଚନ ପ୍ରଚାର ବେଳେ ମୋବାଇଲ୍ ଫୋନ୍ର କ୍ୟାମେରାରେ କଏଦ ହେଲା ଜଣେ ସରପଞ୍ଚ ପ୍ରାର୍ଥୀଙ୍କ କାରସାଦି। ସେ ଭୋଟରଙ୍କୁ ଟଙ୍କା ଦେଇଥିବାର ଦୃଶ୍ୟ କଏଦ ହୋଇଛି ମୋବାଇଲ୍ରେ। ଆଉ ଏହା ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଘଟଣାଟି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ର।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଚାନ୍ଦବାଲି ବ୍ଲକର ୧ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ଓ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଅଭିମନ୍ୟୁ ଜେନା ପ୍ରଚାର କାର୍ଯ୍ୟରେ ବାହାରିଛନ୍ତି। ଏହି ସମୟରେ ଜଣେ ବୃଦ୍ଧ ସେମାନଙ୍କୁ ଭୋଟ୍ ଦେଇ ବିଜୟୀ କରିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ଆଉ ଏହା ପରେ ସରପଞ୍ଚ ପ୍ରାର୍ଥୀ ଅଭିମନ୍ୟୁ ଜେନା ତାଙ୍କ ହାତରେ କିଛି ଟଙ୍କା ଗୁଞ୍ଜି ଦେଉଥିବା ଦେଖିବାକୁ ମିଳିଛି।
ଉକ୍ତ ବୃଦ୍ଧ ଭୋଟରଙ୍କୁ ଟଙ୍କା ଦିଆଯାଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ। ସେ କହିଛନ୍ତି ଯେ ତାଙ୍କ ନଜରକୁ ଏମିତି କିଛି ଘଟଣା ଆସି ନାହିଁ। କେହି ସେଠାରେ ଟଙ୍କା ବାଣ୍ଟି ନାହାନ୍ତି। ଆମେ ଗରିବ ଲୋକ। ଟଙ୍କା କେଉଁଠି ଅଛି ଯେ ବାଣ୍ଟିବୁ। ପୋଷ୍ଟର ଓ ବ୍ୟାନର ଲଗାଇବାକୁ ଆମର ଟଙ୍କା ନାହିଁ। ଆଉ ଭୋଟରଙ୍କୁ କ’ଣ ବାଣ୍ଟିବୁ।
The post ମୋବାଇଲ୍ରେ କଏଦ ହେଲା ସରପଞ୍ଚ ପ୍ରାର୍ଥୀଙ୍କ କାରସାଦି, ପାଖରେ ଥିଲେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ appeared first on Odisha Reporter.
from Odisha Reporter https://ift.tt/l8NKGfrHV
No comments:
Post a Comment