ପୁଅର ଧର୍ମ ପରିବର୍ତ୍ତନ କରି ବନ୍ଧା ହେଲେ ମା’ ଓ ଆଈ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 12, 2022

ପୁଅର ଧର୍ମ ପରିବର୍ତ୍ତନ କରି ବନ୍ଧା ହେଲେ ମା’ ଓ ଆଈ

ରାୟପୁର: ସ୍ୱାମୀର ବିନା ସହମତିରେ ପୁଅକୁ ଧର୍ମାନ୍ତୀକରଣ କରିବା ମହଙ୍ଗା ପଡ଼ିଛି। ଧର୍ମପରିବର୍ତ୍ତନ କରି ଜଣେ ମହିଳା ଓ ତାଙ୍କ ମା’ ବନ୍ଧା ହୋଇଛନ୍ତି। ଛିତିଶଗଡ଼ର ଜସ୍‌ପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ସ୍ୱାମୀଙ୍କୁ  ନପଚାରି ୮ ବର୍ଷର ପୁଅର ଧର୍ମପରିବର୍ତ୍ତନ କରିଥିବାରୁ ସମ୍ପୃକ୍ତ ୨ ଜଣ ମହିଳାଙ୍କୁ ପୁଲିସ ଗିରଫ କରିଛି। ଜସ୍‌ପୁର ଜିଲ୍ଲାର ସାନ୍ନା ଥାନାରେ ବ୍ୟକ୍ତି ଜଣକ ସୋମବାର ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ।

ଅଭିଯୋଗ କ୍ରମେ ପୁଲିସ ଆଇପିସି ଧାରା ୨୯୫-ଏ( ଧର୍ମକୁ ଆଘାତ ଦେବା) ଏବଂ ଧାରା ୩୨୪ରେ ମକଦ୍ଦମା ରୁଜୁ କରିଥିବା ପୁଲିସ କହିଛି ।ବ୍ୟକ୍ତି ଜଣକ ହିନ୍ଦୁ ହୋଇଥିବା ବେଳେ ୧୦ ବର୍ଷ ପୂର୍ବେ ସେ ଜଣେ ମୁସଲମାନ ମହିଳାଙ୍କୁ ବିବାହ କରିଥିଲେ।

ସେ ହିନ୍ଦୁ ରୀତିନୀତୀରେ ତାଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ଜଣ ପୁଅ-ଝିଅ ଅଛନ୍ତି। ପୁଅକୁ ୮ ବର୍ଷ ହୋଇଥିବା ବେଳେ ଝିଅ ହେଉଛି ୬ ବର୍ଷର। ସମ୍ପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ତ୍ରୀ ପୁଅକୁ ନଭେମ୍ବରରେ ନିଜ ବାପ ଘରକୁ ନେଇଯାଇଥିଲେ।  ତାଙ୍କ ପତ୍ନୀ ଏବଂ ତାଙ୍କ ଶାଶୁ ପୁଅକୁ ଅମ୍ବିକାପୁର ନେଇ ସେଠାରେ ଇସଲାମ ଧର୍ମକୁ ପରିବର୍ତ୍ତନ କରିଛନ୍ତି। ଏଥିପାଇଁ ତାଙ୍କର ସହମିତି ନିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ତେବେ ଘଟଣାର ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି ।

The post ପୁଅର ଧର୍ମ ପରିବର୍ତ୍ତନ କରି ବନ୍ଧା ହେଲେ ମା’ ଓ ଆଈ appeared first on Odisha Reporter.



from Odisha Reporter https://ift.tt/3GqUCPp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages