ନୂଆଦିଲ୍ଲୀ: ପୁଣି ଡରାଇଲାଣି ମହାମାରୀ। ବେକାବୁ ହେଲାଣି କରୋନା। ହୁ ହୁ ହୋଇ ପୁଣି ଥରେ ବଢ଼ୁଛି ଦୈନିକ ସଂକ୍ରମଣ। ଦେଶରେ ଦିନକରେ ଦୈନିକ ସଂକ୍ରମଣ ଏବେ ୨୭ ହଜାର ଟପିଛି। ଯାହା ଚିନ୍ତାର କାରଣ ପାଲଟିଛି।
ଗତ ୨୪ ଘଣ୍ଟାରେ ଦେଶରେ ୨୭,୫୩୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୪ ଥିବା ରେକର୍ଡ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୮,୮୯,୧୩୨ରେ ପହଞ୍ଚିଛି। ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୧,୭୭୦ରେ ପହଞ୍ଚିଛି।
ତେବେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ପଜିଟିଭ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଦେଶରେ ସମୁଦାୟ ‘ଓମିକ୍ରନ୍’ ସଂକ୍ରମଣ ସଂଖ୍ୟା ମଧ୍ୟ ୧,୫୨୫ରେ ପହଞ୍ଚିଛି। ଏହି ସଂକ୍ରମଣ ୨୩ରୁ ଅଧିକ ରାଜ୍ୟକୁ ବ୍ୟାପି ସାରିଲାଣି। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, କେରଳରୁ ସର୍ବାଧିକ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛନ୍ତି। ଦିଲ୍ଲୀର ତୃତୀୟ ୱେବକୁ ଦୃଷ୍ଟିରେ ରଖି ପ୍ରାୟ ଅଧା କାର୍ଯ୍ୟକଳାପକୁ ସତର୍କତା ଭାବରେ ନିଷିଦ୍ଧ କରାଯାଇଛି। ଏଠାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ମହାରାଷ୍ଟ୍ରରେ ଓମିକ୍ରନ୍ ଏବଂ କରୋନା ଭୂତାଣୁ ରେକର୍ଡ ସଂଖ୍ୟକ ଚିହ୍ନଟ ହୋଇଛି।
ସେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ, ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୨୮୦୧ ରହିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୯,୨୪୯ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୩,୪୨,୮୪,୫୬୧ରେ ପହଞ୍ଚିଛି।
The post ୨୭ ହଜାର ଟପିଲା ଦୈନିକ ସଂକ୍ରମଣ, ୧୫୦୦ ଡେଇଁଲା ଓମିକ୍ରନ୍ appeared first on Odisha Reporter.
from Odisha Reporter https://ift.tt/3mRaX8t
No comments:
Post a Comment