ମୁସଲିମ ମହିଳାଙ୍କୁ ନିଲାମ ଘୋଷଣା, ବ୍ଲକ ହେଲା ‘ବୁଲ୍ଲି ବାଈ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 2, 2022

ମୁସଲିମ ମହିଳାଙ୍କୁ ନିଲାମ ଘୋଷଣା, ବ୍ଲକ ହେଲା ‘ବୁଲ୍ଲି ବାଈ’

ନୂଆଦିଲ୍ଲୀ: ‘ବୁଲ୍ଲି ବାଈ’ ଆପ୍‌ରେ ମୁସ୍‌ଲିମ୍‌ ମହିଳାଙ୍କ ଫଟୋ ଅପ୍‌ଲୋଡ କରିବା ଏବଂ ତାଙ୍କୁ ନିଲାମ କରିବା ପାଇଁ ଘୋଷଣା କରିବା ମାମଲାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ବିବାଦୀୟ ଆପ୍‌କୁ ଏବେ ବ୍ଲକ କରି ଦିଆଯାଇଛି। ଏନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

‘ବୁଲ୍ଲି ବାଈ’ ଅନ୍ତରାଳରେ ଥିବା ‘ଜିଟ୍‌ହବ୍‌’କୁ ଆଜି ସକାଳେ ବ୍ଲକ୍‌ କରିଦିଆଯାଇଛି। ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ କର୍ତ୍ତୃପକ୍ଷମାନେ ତଦନ୍ତ ଚଳାଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଗତକାଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ୟାଗ୍‌ କରି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କରିଥିବା ଆବେଦନର ପ୍ରତ୍ୟୁତ୍ତର ଦେଇ ସେ ଲେଖିଛନ୍ତି, ‘ବୁଲ୍ଲି ବାଈ ଆପ୍‌’ ତିଆରି ଏବଂ ପ୍ରସାରଣ ପାଇଁ ବ୍ୟବହୃତ ‘ମାଇକ୍ରୋସଫ୍ଟ ମାଲିକାନାରେ ଥିବା ସଫ୍ଟୱେର୍‌-ସେୟାରିଙ୍ଗ୍‌ ପ୍ଲାଟ୍‌ଫର୍ମକୁ ଆଜି ସକାଳେ ବ୍ଲକ୍‌ କରି ଦିଆଯାଇଛି। ଅଧିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ‘ସିଇଆର୍‌ଟି’ ଏବଂ ପୁଲିସ ପରସ୍ପରକୁ ସହଯୋଗ କରି ଉଦ୍ୟମ ଚଳାଇଛନ୍ତି।

ସାଂସଦ ପ୍ରିୟଙ୍କା  ଚତୁର୍ବେଦୀ ତାଙ୍କୁ ଏଥିନିମନ୍ତେ ଧନ୍ୟବାଦ ଜଣାଇବା ସହ ଲେଖିଛନ୍ତି କି, ଉକ୍ତ ସାଇଟ୍‌କୁ ବ୍ଲକ୍‌ କରିବା ଠାରୁ ଅଧିକ ବଡ଼ କଥା ହେଉଛି ତାକୁ ପ୍ରସ୍ତୁତ କରିଥିବା ଅପରାଧୀମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ସାଂସଦ ଚତୁର୍ବେଦୀଙ୍କ ଅନୁରୋଧକ୍ରମେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଉପରୋକ୍ତ ଆପ୍‌ର ନିଲାମ ତାଲିକାଭୁକ୍ତ ହୋଇଥିବା ଅନ୍ୟତମ ମହିଳା ଇସ୍‌ମାତ୍‌ ଆରା ନାମ୍ନୀ ଜଣେ ସାମ୍ବାଦିକା ରୁଜୁ କରିଥିବା ମାମଲାକୁ ଅଗ୍ରାଧିକାର ଦେଇ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି।

ସେପଟେ ଏଭଳି ଘଟଣାକୁ ନେଇ ଏଆଇଏମ୍‌ଆଇଏମ୍‌ ନେତା ଅସଦଦ୍ଦୁନି ଓୱେସି ନିନ୍ଦା କରିଛନ୍ତି। ସେ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଶାସନର ନିଷ୍କ୍ରିୟତା ଏପରି ଅପରାଧୀଙ୍କୁ ଲଜ୍ଜାଜନକ କରିଦେଇଛି। ସେ କେନ୍ଦ୍ର ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ, ଜାତୀୟ ମହିଳା ଆୟୋଗ ଏବଂ ଦିଲ୍ଲୀ ପୁଲିସକୁ ଏହି ଘଟଣାର ତଦନ୍ତ କରିବାକୁ ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ସୂଚନା ମୁତାବକ, ‘ବୁଲ୍ଲି ବାଈ’ ଭଳି ‘ସୁଲ୍ଲି ଡିଲ୍‌ସ୍‌’ ନାମରେ ମଧ୍ୟ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଅନ୍ୟ ଆପ୍‌ ସୋଶାଲ ମିଡିଆରୁ ସଂଖ୍ୟାଲଘୁ ମହିଳାଙ୍କ ଫଟୋ ସଂଗ୍ରହ କରି ‘ନିଲାମ’ ଧରିବା ଲାଗି ଲୋକଙ୍କୁ ଉସ୍‌କାଉଥିଲା।

The post ମୁସଲିମ ମହିଳାଙ୍କୁ ନିଲାମ ଘୋଷଣା, ବ୍ଲକ ହେଲା ‘ବୁଲ୍ଲି ବାଈ’ appeared first on Odisha Reporter.



from Odisha Reporter https://ift.tt/3zvpCeJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages