ଆଜି ବି ବର୍ଷିବ, କୁଆପଥର ମାଡ଼ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 12, 2022

ଆଜି ବି ବର୍ଷିବ, କୁଆପଥର ମାଡ଼ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଛି। ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବ।  ଭୁବନେଶ୍ୱର ଆଞ୍ଚଳିକ  ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,  ଢେଙ୍କାନାଳ, କଟକ, ଅନୁଗୋଳ, ନୟାଗଡ଼, ସୋନପୁର, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଆଜି ଘଡଘଡ଼ି ସହ ବର୍ଷା ହୋଇପାରେ। ଏହି ସବୁ ସ୍ଥାନରେ କୁଆପଥର ମାଡ଼ ବି ହୋଇପାରେ। କନ୍ଧମାଳ, ବୌଦ୍ଧ, ନୟାଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ।

ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘନି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୧୫ ତାରିଖ ବେଳକୁ ବର୍ଷାର ପ୍ରଭାବ କମିଯିବ ଓ ୧୬ତାରିଖରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ,  ରାଜ୍ୟରେ ଲାଗି ରହିଥିବା ଅଦିନିଆ ବର୍ଷା ଯୋଗୁ ଚାଷୀମାନେ ସବୁଠୁ ଅଧିକ ଚିନ୍ତାରେ ପଡ଼ି ଯାଇଛନ୍ତି। କେଉଁଠି ପନିପରିବା ନଷ୍ଟ ହୋଇଗଲାଣି ତ କେଉଁଠି ମଣ୍ଡିରେ ଧାନ ଓଦା ହୋଇ ଗଜା ହେବାକୁ ବସିଲାଣି।

The post ଆଜି ବି ବର୍ଷିବ, କୁଆପଥର ମାଡ଼ ହେବ appeared first on Odisha Reporter.



from Odisha Reporter https://ift.tt/3K6fuxA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages