ମାଡ଼ି ଚାଲିଛି ସଂକ୍ରମଣ, ୩୦ କୋଟି ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 7, 2022

ମାଡ଼ି ଚାଲିଛି ସଂକ୍ରମଣ, ୩୦ କୋଟି ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଗଲା ୨ ବର୍ଷ ହେଲା ମହାମାରୀ କରୋନା ଭାଇରସ ଉତ୍କଟ ସ୍ଥିତି ସୃଷ୍ଟି କରିଛି। କେତେବେଳେ ସଂକ୍ରମଣ କମି ଯାଉଛି ତ ଆଉ କେତେ ବେଳେ ପୁଣି ଦ୍ରୁତଗତିରେ ଏହା ଲୋକଙ୍କୁ ସଂକ୍ରମିତ କରୁଛି। ହେଲେ ଏଯାଏ ବିଶ୍ୱରୁ ଏହି ଭାଇରସ ସଂପୂର୍ଣ୍ଣ ଭାବେ ଯାଇନାହିଁ।

ଭାରତରେ ଏବେ କରୋନାର ତୃତୀୟ ଲହର ଦେଖାଯାଇଥିବା ବେଳେ ବିଶ୍ୱର ଅନେକ ରାଷ୍ଟ୍ରରେ ୫ମ ଲହର ପାଦ ଥାପିଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଏକାଧିକ ରାଷ୍ଟ୍ରର ଅବସ୍ଥା ମଧ୍ୟ ସାଂଘାତିକ ହୋଇଛି। ବ୍ରିଟେନରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ଅଭାବ ଦେଖାଯାଉଛି। ଆମେରିକାରେ ବେଡ୍‌ ମିଳୁନାହିଁ। ସ୍ଥିତି ଏପରି ହୋଇଛି ଯେ ସଂକ୍ରମିତଙ୍କ ଉପରେ ନଜର ରଖିବା ପାଇଁ ବ୍ରିଟେନର ବିଭିନ୍ନ ହସ୍ପିଟାଲରେ ସେନା ଯବାନଙ୍କୁ ମୁତୟନ କରାଯାଇଛି।

ଏସବୁ ଭିତରେ ବିଶ୍ୱରେ ମହାମାରୀ କରୋନା ଜନିତ ସଂକ୍ରମିତଙ୍କ ସଂଖ୍ୟା ୩୦ କୋଟି ଟପିଛି। ୨୦୧୯ ଡିସେମ୍ବର ମାସରେ ପ୍ରଥମଥର ଏହି ଭାଇରସ ଚାଇନାରୁ ଠାବ ହୋଇଥିଲା। ଏହାପରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏହା ପ୍ରବେଶ କରିଥିଲା। ଏବେ ବିଶ୍ୱର ପ୍ରାୟ ସବୁ ରାଷ୍ଟ୍ରରେ କରୋନା ତା’ର ପ୍ରକୋପ ଦେଖାଚାଲିଛି।

ଶୁକ୍ରବାର ରାତି ସୁଦ୍ଧା ବିଶ୍ୱରେ ମୋଟ ୩୦୦,୦୪୨,୪୩୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ଏଯାଏ କମିନି। ତେଣୁ ଆହୁରି ଅନେକ ଲୋକ ଏହି ଭାଇରସରେ ପଞ୍ଝାରେ ପଡ଼ିବାର ଆଶଙ୍କା ରହିଛି।

ଗତବର୍ଷ ଶେଷ ଭାଗରୁ ସଂକ୍ରମଣ ହାର ପୂର୍ବାପେକ୍ଷା ଦ୍ରୁତଗତିରେ ବ୍ୟାପିବା ଆରମ୍ଭ କରିଛି। କରୋନାର ଓମିକ୍ରନ ଭାରିଏଣ୍ଟ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଏହି ଭାରିଏଣ୍ଟ ଗତବର୍ଷ ପ୍ରଥମେ ଦକ୍ଷିଣ ଆଫ୍ରିକା ଓ ବୋଟସୱାନାରେ ଠାବ ହୋଇଥିଲା। ଏବେ ବିଶ୍ୱର ସବୁ ରାଷ୍ଟ୍ରରେ ଏହା ସଂକ୍ରମଣ ବୃଦ୍ଧିର କାରଣ ସାଜିଛି।

ଭାରତ ମଧ୍ୟ ଏଥିରୁ ରକ୍ଷା ପାଇପାରିନି। ଓମିକ୍ରନ ଯୋଗୁ କିଛି ଦେଶରେ କରୋନାର ୪ର୍ଥ ଲହର ଅନୁଭୂତ ହେଉଥିବା ବେଳେ ଭାରତରେ ଏହା ତୃତୀୟ ଲହରର କାରଣ ସାଜିଛି। ଓମିକ୍ରନ ଯୋଗୁ ଗତ ସପ୍ତାହରେ ୧୩.୫ ମିଲିୟନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବ ୭ ଦିନ ତୁଳନାରେ ୬୪% ଅଧିକ। ଏହାର ଅର୍ଥ ସାରା ବିଶ୍ୱରେ ଦୈନିକ ହାରାହାରି ୧,୯୩୮,୩୯୫ ଜଣ କରୋନାରେ ‌ଆକ୍ରାନ୍ତ ହୋଇଛନ୍ତି।

ବିଶ୍ୱର ୩୪ଟି ଦେଶରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି। ଏହା ମଧ୍ୟରେ ୟୁରୋପର ୧୮ଟି, ଆଫ୍ରିକାର ୭ଟି, ଲାଟିନ ଆମେରିକା ଓ କାରେବିୟାନର ୬ଟି ଦେଶ ରହିଛନ୍ତି। ଆମେରିକା, କାନାଡା ଓ ଅଷ୍ଟ୍ରେଲିଆରେ ମଧ୍ୟ ଓମିକ୍ରନ ଜନିତ ସଂକ୍ରମଣ ଦ୍ରୁତଗତିରେ ବଢ଼ିଛି।

ତେବେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ସେହି ହାରରେ ମୃତ୍ୟୁସଂଖ୍ୟାରେ ବୃଦ୍ଧି ଘଟୁନାହିଁ। ଗତ ୭ ଦିନର ମୃତ୍ୟୁକୁ ବିଚାରକୁ ନେଲେ ଏହା ୬,୧୭୨ ରହିଛି, ଯାହା ପୂର୍ବ ସପ୍ତାହ ତୁଳନାରେ ପ୍ରାୟ ୩% କମ। ଡେଲ୍ଟା ତୁଳନାରେ ଓମିକ୍ରନ ଭାରିଏଣ୍ଟ ଅଧିକ ୮ ଗୁଣ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି। ହେଲେ ଏଥିରେ ଆକ୍ରାନ୍ତ ଅଧିକାଂଶ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁନି।

The post ମାଡ଼ି ଚାଲିଛି ସଂକ୍ରମଣ, ୩୦ କୋଟି ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3HKfZM2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages