ମାଲକାନଗିରି(ଜିତେନ୍ଦ୍ର ବେଉରା): ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଖଞ୍ଜିଥିଲେ ୫ଟି ଲ୍ୟାଣ୍ଡମାଇନ। ମାଲକାନଗିରି ଜିଲ୍ଲାର ମାଓ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳରେ ଯବାନକୁ ଟାର୍ଗେଟ କରିବା ପାଇଁ ନକ୍ସଲ କରିଥିଲେ ଏକ ବଡ଼ ଯୋଜନା। ହେଲେ ଅଳ୍ପଳେ ବର୍ତ୍ତିଲେ ସୁରକ୍ଷା ଯବାନ।
କଡ଼ିଗନ୍ଧି ଗାଁ ନିକଟରେ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ବଡ଼ ଧରଣର ଯୋଜନା କରିଥିଲେ ନକ୍ସଲ। ନବ ନିର୍ମିତ ରାସ୍ତା ନିର୍ମାଣ ବେଳେ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ। ଘନବେଡା BSF ଯବାନ ମାଓ ଦମନ ଅପରେସନ ବେଳେ ରୋଡ଼ କ୍ଲିୟରାନ୍ସ ପାଇଁ ମେଟାଲ ଡିଟେକ୍ଟର ସାହାଯ୍ୟରେ ୫ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ। ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ଘଟଣାସ୍ଥଳରେ ଥିବା ଜଙ୍ଗଲ ଭିତରେ ବିସ୍ପୋରଣ କରି ଉଡାଇ ଦିଆଯାଇଛି।
The post ନକ୍ସଲ ଖଞ୍ଜିଥିଲେ ୫ଟି ଲ୍ୟାଣ୍ଡମାଇନ, ପହଞ୍ଚିଗଲେ ସୁରକ୍ଷା କର୍ମୀ appeared first on Odisha Reporter.
from Odisha Reporter https://ift.tt/3zCUJ7R
No comments:
Post a Comment