ଭୟଙ୍କର ସିରିଜ୍‌ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 7, 2022

ଭୟଙ୍କର ସିରିଜ୍‌ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ

ବେଙ୍ଗାଲୁରୁ: ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସିରିଜ୍‌ ସଡ଼କ ଦୁର୍ଘଟଣା। କାର୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ଜୀବନ ଯାଇଛି। ଏହି ଘଟଣାରେ ଆଉ ୬ ଜଣ ଗୁରୁତର ଆହତ ହୋଇଛନ୍ତି। କର୍ଣ୍ଣାଟକାର ବେଙ୍ଗାଲୁରୁରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଏହା ଘଟିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତ ପରେ ଜାଣିବାକୁ ପାଇଛି।

ଟ୍ରାଫିକ ଡିସିପି(ପଶ୍ଚିମ) କୁଲଦୀପ ଜୈନ କହିଛନ୍ତି, “ବେଙ୍ଗାଲୁରୁର ପୂର୍ବାଙ୍କର ଆପାର୍ଟମେଣ୍ଟ ନିକଟ ନାଇସ ରୋଡରେ ଗୋଟିଏ ବଡ଼ଧରଣର ସିରିଜ ଦୁର୍ଘଟଣା ଘଟିଛି। ସିରିଜ୍‌ ଦୁର୍ଘଟଣା ୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ଯୋଗୁ ଏକାଧିକ କାର କ୍ଷତିଗ୍ରସ୍ତ ହୋଇଛି। ଘଟଣାରେ ଆହତ ହୋଇଥିବା ଅନ୍ୟ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।” ମୃତକମାନେ ସଫ୍ଟୱେର ଇଞ୍ଜିନିୟର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପୁରୁଷ ଓ ଦୁଇ ମହିଳା ବୋମ୍ମାନାହାଲ୍ଲିରୁ କେନଗେରୀ ଯାଉଥିଲେ। ଏହି ସମୟରେ ନାଇସ ରୋଡ୍ ଠାରେ ସେମାନଙ୍କ ୱାଗନର କାରକୁ ତାମିଲନାଡୁ ନମ୍ବର ବିଶିଷ୍ଟ ଗୋଟିଏ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ କାର୍‌ଟି ଏହାର ଆଗରେ ଯାଉଥିବା ଏକାଧିକ ଗାଡ଼ିକୁ ଧକ୍କା ଦେଇ ଛିନଛତ୍ର ହୋଇଯାଇଥିଲା।

ଦୁର୍ଘଟଣାରେ ମୋଟ ୩ଟି ଟ୍ରକ୍‌ ଓ ୫ଟି କାର୍‌ କ୍ଷତିଗ୍ରସ୍ତ ହୋଇଛି। ଏହା ମଧ୍ୟରୁ ୨ଟି କାର୍‌କୁ ଛାଡ଼ି ଅନ୍ୟ ଗାଡ଼ିଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଥିବା ଲୋକମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post ଭୟଙ୍କର ସିରିଜ୍‌ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/33fiM0t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages