ମୁମ୍ବାଇ: ନିଜ ବେଲି ଡ୍ୟାନ୍ସର ଯାଦୁରେ ଜଜ୍ ତଥା ଗେଷ୍ଟଙ୍କୁ ମତୁଆଲା କରୁଥିବା ସୌମ୍ୟା କାମ୍ବଲେ ହୋଇଛନ୍ତି ବହୁ ପ୍ରତିକ୍ଷିତ ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର-୨ର ବିଜେତା। ଗୌରଭ ଶ୍ରବଣ, ଜାମରୁଧ ରୋଜା ରାଣା, ରକ୍ତିମ ଠାକୁରିଆଙ୍କ ପରି ଡ୍ୟାନ୍ସରଙ୍କ କଡ଼ା ମୁକାବିଲା ସତ୍ତ୍ୱେ ପୁଣେ ଝିଅ ସୌମ୍ୟା ହାତେଇଛନ୍ତି ଏହି ଟ୍ରଫି।
ଟରେନ୍ସ ଲୁଇସ୍, ଗୀତା କପୁର ଓ ମଲାଇକା ଅରୋରା ଶୋ’ରେ ଜଜ୍ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ ଗତକାଲି ଆୟୋଜିତ ଗ୍ରାଣ୍ଡ ଫିନାଲେ ରାଉଣ୍ଡରେ ମଲାଇକା ଅନୁପସ୍ଥିତ ଥିଲେ। ନିଜ ବେଲି ଡ୍ୟାନ୍ସ ଓ ଫ୍ରି ଷ୍ଟାଇଲ୍ ମୁଭମେଣ୍ଟ ଯୋଗୁ ଟ୍ରଫି ହାତେଇବାରେ ସକ୍ଷମ ହୋଇଛନ୍ତି ସୌମ୍ୟା।
ବିଜେତା ଘୋଷିତ ସୌମ୍ୟାଙ୍କୁ ଏକ କାର୍ ଓ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଫାଇନାଲ୍ ରାଉଣ୍ଟରେ ଗୌରବ ଶ୍ରାବଣ ଓ ରୋଜା ରାଣା ତାଙ୍କୁ କଡ଼ା ଟକ୍କର ଦେଇଥିଲେ ବି ବିଜେତା ସୌମ୍ୟା ହିଁ ଘୋଷିତ ହୋଇଥିଲେ। ସୌମ୍ୟାଙ୍କ କୋରିଓଗ୍ରାଫର ଭର୍ତ୍ତିକା ଝାଙ୍କୁ ୫ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି।
ସୌମ୍ୟା ଜଣେ ଡାକ୍ତର ହୁଅନ୍ତୁ ବୋଲି ତାଙ୍କ ବାପା ଚାହୁଁଥିବା ବେଳେ ମା’ କିନ୍ତୁ ସ୍ୱପ୍ନକୁ ପୂରଣ କରିବାରେ ତାଙ୍କ ସାଥ ଦେଇଥିଲେ। ଗତ ୫ ବର୍ଷ ହେଲା ସେ ଉଭୟ ବାପାମା’ଙ୍କ ସ୍ୱପ୍ନ ଓ ଇଚ୍ଛା ମଧ୍ୟରେ ତାଳମେଳ ବଜାୟ ରଖିବାକୁ ଚେଷ୍ଟା ଚଳାଇଛନ୍ତି। କିଛି ଦିନ ପୂବେ ତାଙ୍କ ବାପା ଶୋ’କୁ ଆସିଥିବା ବେଳେ ସୌମ୍ୟାଙ୍କୁ ଦେଶର ବେଷ୍ଟ ଝିଅ ବୋଲି କହିଥିଲେ। କେବଳ ସେତିକି ନୁହେଁ, ନିଜ ବେଲି ଡ୍ୟାନ୍ସ ପାଇଁ ଗେଷ୍ଟଙ୍କ ବାହାବା ସାଉଣ୍ଟୁଥିବା ସୌମ୍ୟାଙ୍କୁ ଆଶା ଭୋସଲେ ‘ଛୋଟି ହେଲେନ’ ବୋଲି ମଧ୍ୟ ଆଖ୍ୟା ଦେବା ସହ ଏକ ‘ନଟରାଜନ’ ଉପହାର ଦେଇଥିଲେ।
ଶୋ’ ଜିତିବା ପରେ ଖୁବ୍ ଇମୋସନାଲ ହୋଇ ଯାଇଥିବା ସୌମ୍ୟା ସମସ୍ତ କ୍ରେଡିଟ ନିଜ କୋରିଓଗ୍ରାଫରଙ୍କୁ ଦେଇଥିଲେ। ଏଥିସହ ଭବିଷ୍ୟତରେ ଯାହା ବି କଲେ ଡ୍ୟାନ୍ସ ତାଙ୍କ ଜୀବନର ଏକ ଅବିଚ୍ଛେଦ ଅଙ୍ଗ ହୋଇ ରହିବ ବୋଲି କହିଛନ୍ତି ସୌମ୍ୟା। ଏଥିସହ ଶୋ’ର ଜଜ୍ମାନଙ୍କ ଭଲ ପାଇବା ଓ ସପୋର୍ଟ ପାଇଁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସୌମ୍ୟା।
The post ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର-୨ ବିଜେତା ହେଲେ ସୌମ୍ୟା, ମିଳିଲା କାର୍ ଓ ୧୫ ଲକ୍ଷ appeared first on Odisha Reporter.
from Odisha Reporter https://ift.tt/3nb28GD
No comments:
Post a Comment