ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ବ୍ୟବଧାନ ପରେ ପୁରୀକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ । ପୁରୀ ସହରରେ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି କଡ଼ା ପଦକ୍ଷେପ ନିଆଯାଇଛି।
ପୁରୀ ବେଳାଭୂମି ନିକଟ ୧୧ ନଂ ଓ୍ୱାର୍ଡରେ ଥିବା ଏକ ହୋଟେଲରୁ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ହୋଟେଲ୍ର ୨ କର୍ମଚାରୀ ଓ ଜଣେ ବଙ୍ଗୀୟ ପର୍ଯ୍ୟଟକ ଅଛନ୍ତି । ଏହି ୩ ଜଣଙ୍କ ସାମ୍ପଲ ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିବା ବେଳେ ଏହା ଉପରେ ତୀକ୍ଷଣ ନଜର ରଖିଥିଲା ପ୍ରଶାସନ । ସେମାନେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ସମ୍ପୃକ୍ତ ହୋଟେଲ ନିକଟସ୍ଥ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ବାହାରର କୌଣସି ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ। ଦୋକାନବଜାର ବି ବନ୍ଦ ରହିବ । ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିସିନ ପ୍ରଶାସନ ପହଞ୍ଚାଇବ।
ଏହାବାଦ ହୋଟେଲର ୨ କର୍ମଚାରୀ ଓକିମ୍ରନରେ ଆକ୍ରାନ୍ତ ହୋଇଥିବା ଯୋଗୁ ଅନ୍ୟମାନଙ୍କ ସାମ୍ପଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।
ପୁରୀ ଉପଜିଲ୍ଲାପାଳ କହିଛନ୍ତି, ଏଠାକୁ ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକ ଆସୁଛନ୍ତି। ସମସ୍ତ ପର୍ଯ୍ୟଟକଙ୍କୁ ଯାଞ୍ଚ କରିବା ଅସମ୍ଭବ।ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି, ସେମାନଙ୍କ ସାମ୍ପଲ ସଂଗ୍ରହ କରାଯାଉଛି। ଏଥିସହ ବେଳାଭୂମିରେ ମାସ୍କ ପରିଧାନ କରିବା ସହ ହୋଟେଲରେ କୋଭିଡ ଗାଇଡଲାଇନ୍ ମାନି ରହିବାକୁ ପରାମର୍ଶ ଦେଇଛନ୍ତି।
The post ପୁରୀରେ ୩ ଓମିକ୍ରନ ଆକ୍ରାନ୍ତ, ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ appeared first on Odisha Reporter.
from Odisha Reporter https://ift.tt/32Z2bOm
No comments:
Post a Comment