କରୋନାରେ ଆକ୍ରାନ୍ତ ହେଲେ କେଜ୍ରିୱାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 3, 2022

କରୋନାରେ ଆକ୍ରାନ୍ତ ହେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ଭାରିଏଣ୍ଟ ବ୍ୟାପୁଥିବା ବେଳେ ଜଣଙ୍କ ପରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି କରୋନାରେ ସଂକ୍ରମିତ ହେଉଛନ୍ତି। ଏହିକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ନିଜେ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି।

କେଜ୍ରିୱାଲ ପଞ୍ଜାବ ଓ ଗୋଆ ବିଧାନସଭା ନିର୍ବାଚନ ପାଇଁ ଘନଘନ ପ୍ରଚାର କରୁଥିଲେ। ଏଥିପାଇଁ ତାଙ୍କୁ ବାରମ୍ବାର ଦିଲ୍ଲୀରୁ ପଞ୍ଜାବ ଓ ଗୋଆ ଯିବାକୁ ପଡ଼ୁଥିଲା। ଏହି ଯିବା ଆସିବା ସମୟରେ ସେ ଭାଇରସ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଇଛି। ଗତକାଲି ମଧ୍ୟ ସେ କିଛି ସ୍ଥାନରେ ଦଳ ପାଇଁ ପ୍ରଚାର କରିଥିଲେ।

କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କ ଶରୀରରେ ଖୁବ କମ ଲକ୍ଷଣ ଦେଖିବାକୁ ମିଳିଛି। ତେଣୁ ସେ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି।

କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, “ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଲକ୍ଷଣ ବହୁତ କମ ଥିବାରୁ ମୁଁ ନିଜକୁ ଘରେ ହିଁ ଆସୋଲେଟ କରିଛି। ମୋ ସଂସ୍ପର୍ଶରେ ଆସିଥିବା ସବୁ ଲୋକ ତୁରନ୍ତ ନିଜକୁ ଆଇସୋଲେଟ କରନ୍ତୁ ଓ ନିଜର ଟେଷ୍ଟ କରାନ୍ତୁ।”

କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ସେ ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ସେକେଥା ଜେନୋମ ସିକ୍ୱେନ୍ସିଂ ପରେ ହିଁ ଜଣାପଡ଼ିବ। ଗତବର୍ଷ ଏପ୍ରିଲ ମାସରେ କେଜ୍ରିୱାଲଙ୍କ ପତ୍ନୀ ସୁନିତା କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ କେଜ୍ରିୱାଲ ବେଶ କିଛି ଦିନ ଧରି ଆଇସୋଲେସନରେ ରହିଥିଲେ।

ଦିଲ୍ଲୀରେ ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ୮୪% ନମୁନାରୁ ଓମିକ୍ରନ ଭାରିଏଣ୍ଟ ଠାବ ହେଉଛି। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ପଜିଟିଭିଟି ରେଟ ୬.୪୬% ରହିଛି। ହୋମ ଆଇସୋଲେସନରେ ୬,୨୮୮ କରୋନା ରୋଗୀ ଓ ସନ୍ଦିଗ୍ଧ ରହିଛନ୍ତି। ୨୪ ଘଣ୍ଟାରେ ୪,୦୯୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

The post କରୋନାରେ ଆକ୍ରାନ୍ତ ହେଲେ କେଜ୍ରିୱାଲ appeared first on Odisha Reporter.



from Odisha Reporter https://ift.tt/3eLmSjJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages