ମାଲକାନଗିରି (ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ୍ ନାୟକଗୁଡ଼ା ପଞ୍ଚାୟତର ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ତିନି ଭାଇ। ସେମାନଙ୍କ ମଧ୍ୟରୁ ଜଣେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ତାଙ୍କ ପୁତୁରା।
ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ମହେଶ କହିଛନ୍ତି ଯେ ଗଣତନ୍ତ୍ରରେ ସମସ୍ତଙ୍କର ନିର୍ବାଚନ ଲଢ଼ିବାର ଅଧିକାର ରହିଛି। ତେଣୁ ସେ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବରୁ ସେ ସମାଜସେବାରେ ଲିପ୍ତ ଥିଲେ। ଏବେ ପ୍ରତ୍ୟେକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି। ଆଗାମୀ ଦିନରେ ଲୋକେ ନିଷ୍ପତ୍ତି ନେବେ।
ମହେଶଙ୍କୁ ଏହି ଆସନରେ ଟକ୍କର ଦେବାକୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ତାଙ୍କ ବଡ଼ ବାପାଙ୍କ ଦୁଇ ପୁଅ। ସେମାନଙ୍କ ମଧ୍ୟରୁ ବିଷ୍ଣୁ ପ୍ରସାଦ ବାକା କହିଛନ୍ତି ଯେ ବିଧାୟକ (ପୂର୍ଣ୍ଣଚନ୍ଦ୍ର ବାକା)ଙ୍କ ଅତ୍ୟାଚାର ବିରୋଧରେ ସେ ଏ ଲଢ଼େଇ କରୁଛନ୍ତି। ବିଧାୟକଙ୍କ ଅତ୍ୟାଚାରକୁ ଶେଷ କରି ଲୋକଙ୍କୁ ସୁଶାସନ ଓ ମୌଳିକ ସୁବିଧା ଦେବାକୁ ସେ ନିର୍ବାଚନ ଲଢ଼ୁଛନ୍ତି।
ବିଷ୍ଣୁ ବି-ଟେକ୍ ଶେଷ କରିବା ପରେ ବାଲେଶ୍ୱରରେ ଚାକିରି କରୁଥିଲେ। ତେବେ ଚାକିରି ଛାଡ଼ି ସେ ଏବେ ରାଜନୀତିରେ ପାଦ ଦେଇଛନ୍ତି। ସେହିଭଳି ନାମାଙ୍କନ ପତ୍ର ଦାଖଲ କରିଥିବା ବିଷ୍ଣୁଙ୍କ ଅନ୍ୟ ଜଣେ ଭାଇ ଓ ମହେଶ ମଧ୍ୟ ଗ୍ରାଜୁଏଟ୍।
The post ଗୋଟିଏ ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଧାୟକଙ୍କ ପୁଅ ଓ ଦୁଇ ପୁତୁରା appeared first on Odisha Reporter.
from Odisha Reporter https://ift.tt/3tRdILl
No comments:
Post a Comment