ପଞ୍ଜାବ ‘ଷ୍ଟେଟ ଆଇକନ’ ପଦ ଛାଡ଼ିଲେ ସୋନୁ ସୁଦ, ଜାଣନ୍ତୁ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 7, 2022

ପଞ୍ଜାବ ‘ଷ୍ଟେଟ ଆଇକନ’ ପଦ ଛାଡ଼ିଲେ ସୋନୁ ସୁଦ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ପଦକ୍ଷେପ ନେଇଛନ୍ତି ଅଭିନେତା ସୋନୁ ସୁଦ। ସେ ପଞ୍ଜାବ ଷ୍ଟେଟ ଆଇନକ ପଦରୁ ନିଜ ଆଡ଼ୁ ଓହରି ଯାଇଛନ୍ତି। ନିର୍ବାଚନ ବେଳେ  ଲୋକଙ୍କ ମତାଧିକାର ହାରକୁ ବୃଦ୍ଧି କରିବା ପାଇଁ ନିର୍ବାଚନ ଆୟୋଗ ସୋନୁ ସୁଦଙ୍କୁ ଷ୍ଟେଟ ଆଇକନ ଭାବେ ନିଯୁକ୍ତି ଦେଇଥିଲେ। ସେ ଲୋକମାନଙ୍କୁ ମତାଧିକାର ସମ୍ପର୍କରେ ବୁଝାଇବା ସହ ସେମାନଙ୍କୁ ଭୋଟ କେନ୍ଦ୍ରକୁ ଆସିବା ପାଇଁ ଉତ୍ସାହିତ କରିଥାଆନ୍ତେ।

ହେଲେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ସୋନୁ ଏହି ପଦରୁ ଓହରି ଯାଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏସ କରୁଣା ରାଜୁ କହିଛନ୍ତି ଯେ ୨୦୨୨ ମସିହା ଜାନୁଆରୀ ୪ ପରଠାରୁ ସୋନୁ ସୁଦ ଆଉ ପଞ୍ଜାବ ଷ୍ଟେଟ ଆଇକନ ପଦରେ ନାହାନ୍ତି। ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ଏଥର ପଞ୍ଜାବରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୋନୁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।


ସୋନୁ ଟ୍ୱିଟ କରି କହିଛନ୍ତି, “ସବୁ ଭଲ ଜିନିଷ ପରି ଏହି ଯାତ୍ରା ମଧ୍ୟ ଶେଷ ହୋଇଛି। ମୁଁ ସ୍ୱେଚ୍ଛାକୃତ ଭାବେ ପଞ୍ଜାବ ଷ୍ଟେଟ ଆଇକନ ପଦରୁ ଓହରି ଯାଇଛି। ଏହି ନିଷ୍ପତ୍ତି ମୁଁ ଓ ନିର୍ବାଚନ କମିଶନ(ଇସି) ମିଳିତ ଭାବେ ଆଲୋଚନା କରି ନେଇଛୁ। କାରଣ ମୋ ପରିବାରର ସଦସ୍ୟ ନିର୍ବାଚନ ଲଢ଼ୁଛନ୍ତି। ମୁଁ ସେମାନଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି।”

ସୂଚନାଯୋଗ୍ୟ, ଗତବର୍ଷ ନିର୍ବାଚନ କମିଶନ ସୋନୁ ସୁଦଙ୍କୁ ପଞ୍ଜାବର ଷ୍ଟେଟ ଆଇକନ ଭାବେ ନିଯୁକ୍ତ ଦେଇଥିଲେ। ସୋନୁଙ୍କ ଘର ପଞ୍ଜାବର ମୋଗା ଜିଲ୍ଲାରେ। ମହାମାରୀ କରୋନା ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ସେ ନିଜ ଖର୍ଚ୍ଚରେ ଅନେକ ଲୋକଙ୍କୁ ସହଯୋଗ କରିଥିଲେ। ଏଥିପାଇଁ ସାରା ଦେଶରେ ତାଙ୍କୁ ବେଶ ପ୍ରଶଂସା କରାଯାଇଥିଲା।

ତାଙ୍କ ଭଉଣୀ ମାଳବିକା ସୁଦ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବେ ସତ, ହେଲେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ସେକଥା ଜଣାପଡ଼ିନି। ସୋନୁ ସୁଦ କିଛି ଦିନ ତଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଭେଟିଥିଲେ। ସେହିପରି ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ମଧ୍ୟ ବୈଠକ କରିଥିଲେ।

The post ପଞ୍ଜାବ ‘ଷ୍ଟେଟ ଆଇକନ’ ପଦ ଛାଡ଼ିଲେ ସୋନୁ ସୁଦ, ଜାଣନ୍ତୁ କାରଣ appeared first on Odisha Reporter.



from Odisha Reporter https://ift.tt/34qw1w1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages