ନୂଆଦିଲ୍ଲୀ: ଏବେ ଭାରତ ସମେତ ସମଗ୍ର ବିଶ୍ୱରେ ଓମିକ୍ରନ ଭାରିଏଣ୍ଟ ଜନିତ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ଭାରିଏଣ୍ଟ ଦ୍ରୁତଗତିରେ ବ୍ୟାପୁଥିଲେ ମଧ୍ୟ ଡେଲ୍ଟା ତୁଳନାରେ ସେତେଟା ଘାତକ ବା ବିପଦଜନକ ହେଉନାହିଁ। ତେଣୁ କିଛି ଲୋକ ଓମିକ୍ରନ ସଂକ୍ରମଣ ବଢ଼ିବା ସତ୍ତ୍ୱେ ମାସ୍କ ଓ ଅନ୍ୟାନ୍ୟ କଟକଣା ମାନୁନାହାନ୍ତି।
ତେବେ ଓମିକ୍ରନ ଜିନିତ ସଂକ୍ରମଣ ଯଦି ଏପରି ଦ୍ରୁତଗତିରେ ମାଡ଼ି ଚାଲିବ, ତା’ହେଲେ ଆଗକୁ କରୋନାର ଆହୁରି ଘାତକ ଓ ବିପଦଜନକ ଭାରିଏଣ୍ଟ ସାମ୍ନାକୁ ଆସିବ ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିସହ ସମସ୍ତଙ୍କୁ ଓମିକ୍ରନ ସଂକ୍ରମଣ ଯେମିତି ନ ବ୍ୟାପିବ, ତା’ର ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।
ହୁ’ର ବରିଷ୍ଠ ଜରୁରିକାଳୀନ ଅଧିକାରୀ କ୍ୟାଥରିନ୍ ସ୍ମଲଉଡ୍ ଓମିକ୍ରନ ଜନିତ ସଂକ୍ରମଣ ବ୍ୟାପୁଥିବାରୁ ସତର୍କ ସୂଚନା ଜାରି କରିଛନ୍ତି। ଓମିକ୍ରନର ବର୍ଦ୍ଧିତ ସଂକ୍ରମଣ ବିପରୀତ ପ୍ରଭାବ ପକାଇ ପାରେ ବୋଲି ସେ କହିଛନ୍ତି।
କ୍ୟାଥରିନ କହିଛନ୍ତି,”ଓମିକ୍ରନ୍ ଯେତେ ଅଧିକ ମାଡ଼ିବ ଓ ଏହା ଦ୍ୱାରା ଯେତେ ଅଧିକ ଲୋକ ସଂକ୍ରମିତ ହେବେ, ଏହା ସେତେ ମ୍ୟୁଟସନ ହେବ। ଫଳରେ ନୂଆ ନୂଆ ଭାରିଏଣ୍ଟ ସବୁ ସାମ୍ନାକୁ ଆସିବେ। ଏହା ଓମିକ୍ରନ ଠାରୁ ଅଧିକ ଘାତକ ଓ ବିପଦଜନକ ରୂପ ମଧ୍ୟ ଧାରଣ କରିପାରନ୍ତି।
ବର୍ତ୍ତମାନ ବି ଓମିକ୍ରାନ ଭାରିଏଣ୍ଟ ଲୋକଙ୍କ ଜୀବନ ନେଇପାରେ। ଏହା ମୃତ୍ୟୁରକାରଣ ବନିପାରେ। ଅବଶ୍ୟ ଡେଲ୍ଟା ତୁଳନାରେ ଏହା କମ ଘାତକ। କିନ୍ତୁ ଆଗକୁ କ’ଣ ହେବ, ସେକଥା କେହି ବି ଜାଣି ନାହାନ୍ତି। ସେହିପରି ଏହାର ମ୍ୟୁଟସନ ଦ୍ୱାରା ସୃଷ୍ଟି ହେବାକୁ ଥିବା ନୂଆ ଭାରିଏଣ୍ଟ କ’ଣ ପ୍ରଭାବ ପକାଇବ, ସେକଥା ମଧ୍ୟ କାହାକୁ ଜଣାନାହିଁ।
ମହାମାରୀ ଆରମ୍ଭରୁ ୟୁରୋପରେ ୧୦ କୋଟିରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଲାଣି। ଏହା ମଧ୍ୟରୁ ୨୦୨୧ର ଶେଷ ସପ୍ତାହରେ ୫୦ ଲକ୍ଷରୁ ଅଧିକ ମାମଲା ରେକର୍ଡ ହୋଇଛି। ଆମେ ଏବେ ଗୋଟିଏ ବିପଦଜନକ ଷ୍ଟେଜରେ ରହିଛୁ। ଆମେ ଦେଖୁଛୁ ପଶ୍ଚିମ ୟୁରୋପରେ ସଂକ୍ରମଣ ହାର ଅତ୍ୟନ୍ତ ଦ୍ରୁତଗତିରେ ବଢ଼ୁଛି। ଏହାର ପ୍ରଭାବ କ’ଣ ରହିବ, ତା’ର ସ୍ପଷ୍ଟ ଚିତ୍ର ମଧ୍ୟ କାହା ପାଖରେ ନାହିଁ। ”
ସେ ଆହୁରି କହିଛନ୍ତି, ଯେତେବେଳେ ସଂକ୍ରମଣ ବଢ଼ିବ ସେତେବେଳେ ଅଧିକାରୁ ଅଧିକ ଲୋକ ଗୁରୁତର ରୋଗରେ ପଡ଼ିବେ। ଏଥିପାଇଁ ହସ୍ପିଟାଲରେ ଭିର୍ତ୍ତି ହେବାକୁ ପଡ଼ିବ। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଜୀବନ ମଧ୍ୟ ଯିବାର ଆଶଙ୍କା ରହିଛି। ଏବେ ସଂକ୍ରମଣ ବଢ଼ୁଥିବାରୁ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥା ରଖିଥିବା ଦେଶ ଲୋକଙ୍କୁ ଚିକିତ୍ସା ପ୍ରଦାନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଅନେକଙ୍କୁ ଠିକଣା ସମୟରେ ବେଡ୍ ମଧ୍ୟ ମିଳୁନି। ବିଶେଷ କରି ୟୁରୋପ ଓ ଆମେରିକାରେ ଏବେ ସ୍ଥିତି ଅତ୍ୟନ୍ତ ସଂଘୀନ ରହିଛି। ବିଶ୍ୱର ଅନ୍ୟ ପ୍ରାନ୍ତରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି।
The post ହୁ’ର ଚେତାବନୀ: ଓମିକ୍ରନର ଦ୍ରୁତ ସଂକ୍ରମଣ ସୃଷ୍ଟି କରିପାରେ ଘାତକ ସ୍ଥିତି appeared first on Odisha Reporter.
from Odisha Reporter https://ift.tt/3ztptrO
No comments:
Post a Comment