ମୁମ୍ବାଇ: କରୋନା ଜାଲରେ ପଡ଼ିଗଲେ ବଲିଉଡର ସୁପ୍ରସିଦ୍ଧ ସିଙ୍ଗର ସୋନୁ ନିଗମ । ସୋନୁଙ୍କ ସମେତ ତାଙ୍କ ପତ୍ନୀ ମଧୁରିମା ଓ ପୁଅ ନେବାନ ବି କରୋନା ଦ୍ୱାରା କବଳିତ ହୋଇଛନ୍ତି। ସୋନୁ ଏବେ ପରିବାର ସହ ଦୁବାଇରେ ଥିବା ବେଳେ ଏନେଇ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।
ଏକ ଭିଡିଓ ଶେଆର କରି ସୋନୁ କହିଛନ୍ତି, ସୁପର ସିଙ୍ଗର ସିଜିନ-୩ ଓ ଏକ କନସର୍ଟ ପାଇଁ ଖୁବ୍ ଶୀଘ୍ର ଭାରତ ଆସିଥାନ୍ତି। ହେଲେ ଏହା ପୂର୍ବରୁ ନିଜର କରୋନା ଟେଷ୍ଟ କରାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଛି। ଥରକରେ ବିଶ୍ୱାସ ନ ହେବାରୁ ସମୁଦାୟ ୩ ଥର ଟେଷ୍ଟ କରାଇଲି। ଆଉ ସବୁ ଥର ରିପୋର୍ଟ ପଜିଟିଭ ଆସିଥିଲା ବୋଲି କହିଲେ ସୋନୁ।
ଏଥିସହ ସେ କହିଛନ୍ତି, ମୋ ଚତୁଃପାର୍ଶ୍ୱରେ ବହୁ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହା ଖୁବ୍ କ୍ଷିପ୍ର ବେଗରେ ବ୍ୟାପୁଛି। ଏବେ ମୋର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ହେଲେ ଠିକ୍ ସମୟରେ ସାମିଲ ନ ହୋଇପାରିବାରୁ ଆୟୋଜକଙ୍କର ଖୁବ୍ କ୍ଷତି ହେଉଥିବାରୁ ଖରାପ ଲାଗୁଥିବା କହିଛନ୍ତି ସୋନୁ।
ହେଲେ ସୋନୁ କରୋନା ଦ୍ୱାରା ସଂକ୍ରମିତ ହେବା ପରେ ଆୟୋଜକଙ୍କ ତରଫରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୋନୁଙ୍କ ବଦଳରେ ସିଙ୍ଗର ସାନ୍ କନସର୍ଟରେ ଯୋଗ ଦେଇଥିବା ବେଳେ ସୁପର ସିଙ୍ଗରରେ ତାଙ୍କ ସ୍ଥାନରେ ଅନୁ ମଲ୍ଲିକଙ୍କୁ ନିଆଯାଇଛି।
ପ୍ରାୟ ୨ ବର୍ଷ ପରେ ଏବେ ଧିରେ ଧିରେ କାମ ଆରମ୍ଭ ହେଉଥିବା ବେଳେ ପୁଣି ଥରେ ସବୁ ଠପ୍ ହେବାକୁ ଯାଉଛି। ତେଣୁ ଏହାଦ୍ୱାରା ବଲିଉଡ ସହ ଜଡ଼ିତ ବହୁ ଲୋକଙ୍କ କାମ ପ୍ରଭାବିତ ହେଉଥିବାରୁ ଖୁବ୍ ଖରାପ ଲାଗୁଥିବା କହିଛନ୍ତି ସୋନୁ। କିନ୍ତୁ ଖୁବ୍ ଶୀଘ୍ର ସବୁ କିଛି ପୂର୍ବ ପରି ଠିକ୍ ହୋଇଯିବ ବୋଲି କହିଛନ୍ତି ସୋନୁ ।
View this post on Instagram
The post କରୋନା ଜାଲରେ ସୋନୁ, ପତ୍ନୀ, ପୁଅ ବି ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3JIiKPH
No comments:
Post a Comment