ବେଙ୍ଗାଲୁରୁ: ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ବିଶେଷ କରି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ବା ଶଟଡାଉନ ଲାଗୁ କରିବାକୁ କେଜ୍ରିୱାଲ ସରକାର ନିଷ୍ପତ୍ତି ନେଇଛନ୍ତି।
ଏବେ ଏହି ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିବା ତାଲିକାରେ କର୍ଣ୍ଣାଟକା ଯୋଡ଼ି ହୋଇଯାଇଛି। କର୍ଣ୍ଣାଟକାରେ ଓମିକ୍ରନ ଜନିତ ସଂକ୍ରମଣ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଶୁକ୍ରବାର ରାତିରୁ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି। ପୂର୍ବରୁ କର୍ଣ୍ଣାଟକାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା।
ଏବେ ଶନିବାର ଓ ରବିବାର ଶଟଡାଉନ ଲାଗୁ ହେବ। ଏଥିସହ କେରଳ, ଗୋଆ ଓ ମହାରାଷ୍ଟ୍ରରୁ ରାଜ୍ୟକୁ ଆସୁଥିବା ଲୋକଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।
ବର୍ତ୍ତମାନ କର୍ଣ୍ଣାଟକାର କରୋନା ସଂକ୍ରମଣ ସ୍ଥିତି ବେକାବୁ ହୋଇଛି। ୩ ଦିନରୁ କମ ସମୟ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ ୨,୦୫୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ଠାରୁ ସପ୍ତାହାନ୍ତ ଶଟଡାଉନ ଲାଗୁ କରିବେ। ଶୁକ୍ରବାର ରାତି ୧୦ଟାରୁ ସୋମବାର ଭୋର ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ। କର୍ଫ୍ୟୁ ସମୟରେ ସର୍ବସାଧାରଣ ପରିବହନ ଓ ହୋଟେଲ ଭଳି ଜରୁରୀ ସେବା ଜାରି ରହିବ।
ରାଜ୍ୟର ରାଜସ୍ୱ ମନ୍ତ୍ରୀ ଆର ଅଶୋକ କହିଛନ୍ତି, “ଓମିକ୍ରନ ୫ ଗୁଣା ସ୍ପିଡରେ ବଢ଼ୁଛି। ମଙ୍ଗଳବାର ୧୪୭ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବାପେକ୍ଷା ୨ ଗୁଣା ଅଧିକ ବେଗରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି। ସଂକ୍ରମଣକୁ ରାଜ୍ୟରେ ରୋକିବା ପାଇଁ ଆମେ କିଛି ଗାଇଡଲାଇନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛୁ। ରାଜ୍ୟରେ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି, ତା’ର ୮୫% କେବଳ ବେଙ୍ଗାଲୁରୁରୁ ହିଁ ରହିଛନ୍ତି। ସଂକ୍ରମଣ ପାଇଁ ସ୍କୁଲକୁ ୨ ସପ୍ତାହ ପାଇଁ ଛୁଟି ଘୋଷଣା କରାଯାଉଛି।”
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଗୁରୁବାର ଠାରୁ ମେଡିକାଲ, ପାରା ମେଡିକାଲ, ୧୦ମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ଆଉ ସମସ୍ତ ସ୍କୁଲ, କଲେଜ ଦୁଇ ସପ୍ତାହ ପାଇଁ ବନ୍ଦ ରହିବ। ସମସ୍ତ ଅଫିସ ସୋମବାରରୁ ଶୁକ୍ରବାର ଯାଏ ଚାଲିବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କର୍ଣ୍ଣାଟକାରେ କୌଣସି ପ୍ରକାରର ରାଲି, ବିକ୍ଷୋଭ ଓ ଭିଡ଼ ସୃଷ୍ଟି କରୁଥିବା କାର୍ଯ୍ୟକ୍ରମ ହୋଇପାରିବ ନାହିଁ।
ଏହାବାଦ ପବ, କ୍ଲବ, ରେଷ୍ଟୁରାଣ୍ଟ, ହୋଟେଲ, ସିନେମା ହଲ, ଥିଏଟର, ଅଡିଟୋରିୟମ, ସୁଇମିଂ ପୁଲ ଓ ଜିମଗୁଡ଼ିକ ୫୦% କ୍ଷମତାରେ ଚାଲିବେ। ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକମାନେ ହିଁ ରେଷ୍ଟୁରାଣ୍ଟ, ହୋଟେଲ, ପବଗୁଡ଼ିକରେ ପ୍ରବେଶ ପାଇଁ ଅନୁମତି ପାଇବେ। ଖୋଲା ସ୍ଥାନରେ ଅନୁଷ୍ଠିତ ହେଉଥିବା ବାହାଘରରେ ସର୍ବାଧିକ ୨୦୦ ଓ ବନ୍ଦ କୋଠରରେ ଏହି ସଂଖ୍ୟା ୧୦୦ ମଧ୍ୟରେ ସୀମିତ ରହିବ।
କର୍ଣ୍ଣାଟକା ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି, “ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ସଂକ୍ରମଣ ହାର ଯାଥାକ୍ରମେ ୧୫ ଦିନ ଓ ୮ରୁ ୧୦ଦିନ ମଧ୍ୟରେ ଦୁଇଗୁଣ ହେଉଥିଲା। ହେଲେ ଏବେ ଏହା ୧ରୁ୨ ଦିନ ଭିତରେ ଦୁଇ ଗୁଣ ବଢ଼ୁଛି। ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ।”
Data shows us that cases are doubling every 2-3 days in Karnataka!
While the Government is working on containment measures for the new wave, appeal to everyone to strictly follow 3Ms:
Mask up
Maintain social distance
Maintain hand hygiene#COVID19 #Omicron #Karnataka pic.twitter.com/uaMEYQH9wz— Dr Sudhakar K (@mla_sudhakar) January 4, 2022
The post ଦିଲ୍ଲୀ ପରେ ଏହି ରାଜ୍ୟକୁ ଫେରିଲା ସପ୍ତାହାନ୍ତ କର୍ଫ୍ୟୁ appeared first on Odisha Reporter.
from Odisha Reporter https://ift.tt/3FZP669
No comments:
Post a Comment