କଳାହାଣ୍ଡି(ରାଜକୁମାର ସିଂଦେଓ): ଆଦିବାସୀବହୁଳ ଜିଲ୍ଲା ହେଉଛି କଳାହାଣ୍ଡି ଜିଲ୍ଲା। ଚଳିତ ଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କିନ୍ତୁ ଆଦିବାସୀଙ୍କୁ ସେପରି ସଂରକ୍ଷଣ ଦିଆଯାଇନି। ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି। ଏହାକୁ ତୀବ୍ର ବିରୋଧ କରିଛି ଆଦିବାସୀ ସଂଘ । ନିଜ ହକ୍ ଦାବିରେ ଆଜି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି।
ସକାଳ 7 ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିବାକୁ ଡାକରା ଦେଇଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ। ଭବାନୀ ପାଟଣା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଦିବାସୀ ସଂଘ ପକ୍ଷରୁ ବନ୍ଦ ପାଳନ କରୁଛନ୍ତି ।
ଏନେଇ ସଂଘର ଉପସଭାପତି କହିଛନ୍ତି, କଳାହାଣ୍ଡି ଜିଲ୍ଲା ଏକ ଆଦିବାସୀ ସଂସ୍କୃତି ପରମ୍ପରାର ଜିଲ୍ଲା। ସରକାରଙ୍କ ଏହି ନିଷ୍ପତ୍ତିରେ ଆଦିବାସୀ ଉପେକ୍ଷିତ ହେବା ପରି ମନେ କରିଛନ୍ତି। ଏହା ପ୍ରତିବାଦରେ ଆଜି ବନ୍ଦ ଡାକରା କରାଯାଇଛି। ଆଗାମୀ ଦିନରେ ସଂରକ୍ଷଣ ବ୍ୟବସ୍ଥା କରା ନ ଗଲେ ଆଦିବାସୀ ସଂଘ ନିର୍ବାଚନ କରାଇ ଦେବ ନାହିଁ।
ସ୍ଥାନ ସଂରକ୍ଷଣ ସମ୍ବିଧାନ ଅନୁଯାୟୀ ଥିବା ବେଳେ ସରକାର ଏହାକୁ ଉଚ୍ଛେଦ କରିଛନ୍ତି। ସରକାର ନିଜ ଟାଳଟୁଳ ନୀତି ପ୍ରତ୍ୟାହାର ନ କଲେ ଆନ୍ଦୋଳନା ଆହୁରି ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସରକାର ନିଜ ନିଷ୍ପତ୍ତିରୁ ନ ଓହରିଲେ ଆମେ ଭୋଟ ବର୍ଜନ କରିବା ସହ ନିର୍ବାଚନରେ ଅଂଶଗ୍ରଂହଣ କରିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ୨ ଦିନ ପୂର୍ବେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏଥିପାଇଁ ତୀବ୍ର ଆନ୍ଦୋଳନ ହୋଇଥିଲା। ଏପରିକି ହଜାର ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
The post ହକ୍ ଦାବିରେ ରାସ୍ତାକୁ ଓହ୍ଲାଇଲେ ଆଦିବାସୀ, ଆଜି କଳାହାଣ୍ଡି ବନ୍ଦ appeared first on Odisha Reporter.
from Odisha Reporter https://ift.tt/3sZajcD
No comments:
Post a Comment