ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କିଛି ଦିନ ହେବ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ରାଜଧାନୀରେ ବି ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାରୁ ଏକାଥରେ ଭୁବନେଶ୍ୱରର ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମ୍ସି ।
ଏନେଇ ଗତକାଲି ରାତିରେ ବିଏମ୍ସି ପକ୍ଷରୁ ନୋଟିଫିକେସନ ଜାରି ହୋଇଥିଲା। ନର୍ଥ ଜୋନର ୪ଟି ଓ ଦକ୍ଷିଣପୂର୍ବ ଜୋନ୍ର ୧୧ଟି ସ୍ଥାନକୁ ବିଏମ୍ସି ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।ସେଥିମଧ୍ୟରେ ଭୁବନେଶ୍ୱରର ବୁଦ୍ଧ ପାର୍କ ନିକଟସ୍ଥ ଏକ ପ୍ଲଟ, ନିଳାଦ୍ରୀବିହାର, ସତ୍ୟବିହାର , ବମିଖାଲ, ସହିଦ ନଗର, ଖାରବେଳ ନଗର ଭଳି ଅଞ୍ଚଳର କିଛି ପ୍ଲଟ୍କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳରେ ୭ ଦିନ ପାଇଁ କଟକଣା ଜାରି କରାଯାଇଛି। ଏହି ଅଞ୍ଚଳରେ ଲୋକଙ୍କୁ ଘରୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି। ବିଏମ୍ସି ପକ୍ଷରୁ ଏହି ଅଞ୍ଚଳରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏହାପୂର୍ବରୁ ରାଜଧାନୀରେ ୧୪ଟି ଅଞ୍ଚଳକୁ ବିଏମ୍ସି କଣ୍ଟେନମେଣ୍ଟ ଘୋଷଣା କରିଥିଲା। ଫଳରେ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ମିଶି ୨୫କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସହରାଞ୍ଚଳରେ ଗତକାଲି ରାତିରୁ ନାଇଟକର୍ଫ୍ୟୁ ଲାଗୁ କରାଯାଇଛି। ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଫଳରେ ରାତି ୯ଟା ପରେ ପୁଲିସ ଛକ ଛକରେ ପଇଁତରା ମାରିଥିଲା। ଭୁବନେଶ୍ୱରରେ ପୁଲିସ କମିଶନର ନିଜେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ।
The post ରାଜଧାନୀର ୧୧ଟି ସ୍ଥାନ ହେଲା ମାଇକ୍ରୋ କଣ୍ଟେନମେଣ୍ଟ appeared first on Odisha Reporter.
from Odisha Reporter https://ift.tt/3n5WAND
No comments:
Post a Comment