ପଞ୍ଜାବରେ କେଜ୍ରିୱାଲ ମିଛର ସଉଦା କରୁଛନ୍ତି: ସିଦ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 12, 2022

ପଞ୍ଜାବରେ କେଜ୍ରିୱାଲ ମିଛର ସଉଦା କରୁଛନ୍ତି: ସିଦ୍ଧୁ

ନୂଆଦିଲ୍ଲୀ: ଆଗକୁ ବିଧାନ ସଭାନିର୍ବାଚନ  ଥିବାରୁ ପଞ୍ଜାବରେ ରାଜନୈତିକ ପାଣିପାଗ ସରଗରମ ହୋଇଛି। ଜନତାଙ୍କୁ ଆକୃଷ୍ଟ ପାଇଁ ବିଭିନ୍ନ ଦଳ ପକ୍ଷରୁ ଇସ୍ତାହାରରେ ମାଳ ମାଳ ପ୍ରତିଶ୍ରୁତି ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଆମ ଆଦିମି ପାର୍ଟି(ଆପ) ପକ୍ଷରୁ ପ୍ରକାଶ ପାଇଥିବା ନିର୍ବାଚନୀ ଇସ୍ତାହାରକୁ ନେଇ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଆମ ଆଦିମ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ମିଛର ସଉଦା କରୁଛନ୍ତି। ତାଙ୍କର ମିଛ ଏଠାରେ ପର୍ଦ୍ଦାଫାଶ ହୋଇଛି।

ଆପ ଭଳି କଂଗ୍ରେସ ଏକଛତ୍ରବାଦୀ ଦଳ ନୁହେଁ ବୋଲି ସିଦ୍ଧୁ କହିଛନ୍ତି। ପଞ୍ଜାବରେ କେଜ୍ରିୱାଲ କେବେ ଡ୍ରଗସ୍‌ ବିରୋଧୀ ଲଢ଼େଇକୁ ମୁହଁ ଖୋଲିବେ ନାହିଁ। କାରଣ ସେ ନିଜେ ଡ୍ରଗ୍ସ  ମାଫିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ବୋଲି ସେ କହିଛନ୍ତି।  ସେହିରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରେନ୍ଦର ସିଂଙ୍କୁ ନେଇ ସିଦ୍ଧୁ କହିଛନ୍ତି ଯେ, କଂଗ୍ରେସକୁ କ୍ୟାପ୍ଟେନ ଆବଶ୍ୟକ ନାହିଁ। ମୁଁ ମୋ ଜୀବନରେ ଏମିତି ବେସରମ ରାଜନେତା ଦେଖି ନାହିଁ।  ଆଗରୁ ମଧ୍ୟ କ୍ୟାପଟେନ୍ ଏକ ଦଳ ଗଢ଼ିଥିଲେ।

ହେଲେ ସେ ନିଜେ ୮୦୦ ଭୋଟ୍‌ ପାଣି ପାରି ନଥିଲେ। ଅତୀତରୁ ହିଁ ଭବିଷ୍ୟତକୁ ଆକଳନ କରିହୁଏ ବୋଲି ସେ କହିଛନ୍ତି । ସେହପରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ ସିଦ୍ଧୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଫ୍ଲପ ହେବା ପରେ ସେଥିରୁ ଧ୍ୟାନ ହଟାଇବା ପାଇଁ ବିଜେପିକୁ ଏକ ଡ୍ରାମା କରିବାକୁ ପଡ଼ିଲା।  ସେ କହିଛନ୍ତି ଯେ, ପଞ୍ଜାବର ପ୍ରଧାନମନ୍ତ୍ରୀଙ୍କ ରାଲିରେ ଲୋକଙ୍କୁ ଦେଖିବାକୁ ମିଳିଲା ନାହିଁ। ତେଣୁ ଏକ ଭିନ୍ନ ନେରେଟିଭ୍ ତିଆରି କରାଗଲା ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ ପଞ୍ଜାବରେ ୧୧୭ଟି ବିଧାନସଭା ଆସନ ପାଇଁ  ଫେବୃଆରୀ ୧୪ରେ ନିର୍ବାଚନ ହେବ। ଏଠାରେ ମାର୍ଚ୍ଚ ୧୦ରେ ଗଣତି ହେବ।

The post ପଞ୍ଜାବରେ କେଜ୍ରିୱାଲ ମିଛର ସଉଦା କରୁଛନ୍ତି: ସିଦ୍ଧୁ appeared first on Odisha Reporter.



from Odisha Reporter https://ift.tt/3A1R7g8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages