ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପିଜି ଡାକ୍ତରୀ ନାମଲେଖାରେ ଲାଗୁ ହେବ EWS/OBC ସଂରକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 7, 2022

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପିଜି ଡାକ୍ତରୀ ନାମଲେଖାରେ ଲାଗୁ ହେବ EWS/OBC ସଂରକ୍ଷଣ

ନୂଆଦିଲ୍ଲୀ: NEET କାଉନସେଲିଂ ନେଇ ସୁପ୍ରିମକୋର୍ଟ ପ୍ରକାଶ କଲେ ବଡ଼ ରାୟ। ପିଜି ଡାକ୍ତରୀ ଶିକ୍ଷାରେ ନାମଲେଖା କ୍ଷେତ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗ ବା OBCଙ୍କ ପାଇଁ ୨୭ ପ୍ରତିଶତ ଓ EWS ବା ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକ ବୈଧତା ରହିବ ବୋଲି କୋର୍ଟ କହିଛନ୍ତି।

ଚଳିତ ବର୍ଷ ମେଡିକାଲ ପିଜି ନାମଲେଖା ପାଇଁ କାଉନସେଲିଂ କ୍ଷେତ୍ରରେ ଏହା ଲାଗୁ ହେବ ବୋଲି କୋର୍ଟ କହିଛନ୍ତି। ଏହାସହ ଆର୍ଥିକ ଅନଗ୍ରସର ଚିହ୍ନଟ ଲାଗି ଥିବା ୮ ଲକ୍ଷ ଟଙ୍କାର ବାର୍ଷିକ ଆୟ ମାନଦଣ୍ଡକୁ ମଧ୍ୟ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

ମାମଲାର ଶୁଣାଣି କରି ଜଷ୍ଟିସ ଡି. ଓ୍ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏ. ଏସ୍. ବୋପାନ୍ନା କହିଛନ୍ତି ଯେ, ଡାକ୍ତରଙ୍କ ସ୍ୱାର୍ଥ ତଥା ଦେଶର ହିତାକୁ ଦୃଷ୍ଟିରେ ରଖି କାଉନସେଲିଂ ଏବେ ଆରମ୍ଭ ହେବା ଉଚିତ। ତେବେ ଆର୍ଥିକ ଅନଗ୍ରସର ବର୍ଗ ଚିହ୍ନଟ ଲାଗି ଥିବା ଜାରି ମାନଦଣ୍ଡ ସଂପର୍କରେ ମାର୍ଚ୍ଚ ୫ରେ ପରବର୍ତ୍ତୀ ଶୁଣାଣି କରିବାକୁ କୋର୍ଟ କହିଛନ୍ତି। ତା ସହିତ ସେତେବେଳେ ଆର୍ଥିକ ଅନଗ୍ରସରଙ୍କ ପାଇଁ ସଂରକ୍ଷଣ ଦିଆଯିବ କି ନାହିଁ ସେତେବେଳେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି।

କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି, ଏବେ ଲାଗୁ ହେଉଥିବା ସଂରକ୍ଷଣ ନିମନ୍ତେ କେନ୍ଦ୍ର ସରକାର ସବୁ ସରକାରୀ ମେଡିକାଲ କଲେଜରେ ସେହି ଅନୁପାତରେ ସିଟ୍‌ ବଢ଼ାଇଛନ୍ତି। ଫଳରେ ଅନ୍ୟ ବର୍ଗ ଉପରେ ଏହି ସଂରକ୍ଷଣ ବ୍ୟବସ୍ଥାର କୌଣସି ପ୍ରଭାବ ପଡ଼ିବନି।

The post ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପିଜି ଡାକ୍ତରୀ ନାମଲେଖାରେ ଲାଗୁ ହେବ EWS/OBC ସଂରକ୍ଷଣ appeared first on Odisha Reporter.



from Odisha Reporter https://ift.tt/3EYvPk9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages