ୱାଶିଂଟନ: ଶୀର୍ଷକ ବିଚଳିତ କରୁଥିଲେ ମଧ୍ୟ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ରକ୍ତ ଭିଜା ଟଏଲେଟ ପେପର ମଧ୍ୟରେ ଗୁଡ଼ା ଯାଇ ରହିଥିବା ଜଣେ ନବଜାତକୁ ବିମାନର ଡଷ୍ଟବିନରୁ ଉଦ୍ଧାର କରାଯାଇଛି। ବିମାନର ୱାଶରୁମରେ ଏହି ଡଷ୍ଟବିନଟି ରହିଥିଲା। ବିମାନ ଯାଞ୍ଚ କରୁଥିବା କର୍ମଚାରୀମାନେ ହିଁ ପ୍ରଥମେ ନବଜାତକୁ ଠାବ କରି ହସ୍ପିଟାଲ ନେଇଥିଲେ। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।
ଏହି ଘଟଣାରେ ପୂର୍ବ ଆଫ୍ରିକୀୟ ଦେଶ ମଦଗାସ୍କରର ଜଣେ ୨୦ ବର୍ଷୀୟ ମହିଳାଙ୍କୁ ଗିରଫ କରାଯାଇଛି। ସେ ହିଁ ବିମାନର ୱାଶରୁମରେ ପ୍ରସବ କରି ଏପରି ଘଟଣା ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଏହି ଏୟାର ମରିସସ ବିମାନଟି ଜାନୁଆରୀ ୧ରେ ସାର୍ Seewoosagur Ramgoolam ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ଅବତରଣ ପୂର୍ବରୁ ହିଁ ମହିଳା ଜଣଙ୍କ ୱାଶରୁମକୁ ଯାଇ ନିଜର ପ୍ରସବ କରାଇଥିଲେ। ଏହାପରେ ଟଏଲେଟ ପେପରରେ ନବଜାତକୁ ଗୁଡ଼ାଇ ଡଷ୍ଟବିନରେ ଫୋପାଡ଼ି ଦେଇଥିଲେ।
ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଅଧିକାରୀମାନେ ରୁଟିନ କଷ୍ଟମ୍ସ ଚେକ ପାଇଁ ଯାଞ୍ଚ କରୁଥିଲେ। ଏହି ସମୟରେ ପ୍ରଥମେ ରକ୍ତଭିଜା ଟଏଲେଟ ପେପର ଡଷ୍ଟବିନରେ ଦେଖିଥିଲେ। ଏହାକୁ ଉଠାଇବା କ୍ଷଣି, ତା’ ମଧ୍ୟରୁ ନବଜାତ ରହିଥିବା ଦେଖିବାକୁ ମିଳିଥିଲା। ସେମାନେ ତୁରନ୍ତ ନବଜାତକୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ।
ସେଠାରେ ଚିକିତ୍ସା ପରେ ଶିଶୁଟି ସୁସ୍ଥ ହୋଇଥିଲା। ସନ୍ଦିଗ୍ଧ ୨୦ ବର୍ଷୀୟ ମହିଳାଙ୍କୁ ପ୍ରଥମେ ଅଟକ ରଖି ପଚରାଉଚରା କରାଯାଇଥିଲେ। ପ୍ରାଥମିକ ଅବସ୍ଥାରେ ସେ ନବଜାତ ଶିଶୁପୁତ୍ରଟି ତାଙ୍କର ନୁହେଁ ବୋଲି କହିଥିଲେ। ହେଲେ ମେଡିକାଲ ଚେକଅପ ପରେ ଶିଶୁପୁତ୍ରଟି ତାଙ୍କର ବୋଲି ଜଣାପଡ଼ିଥିଲା। ଏଥିପାଇଁ ତାଙ୍କୁ ପୁଲିସ୍ ଗିରଫ କରିଛି। ହେଲେ ସେ ହସ୍ପିଟାଲରେ ରହିଛନ୍ତି।
The post ବିମାନର ଡଷ୍ଟବିନ୍ରୁ ମିଳିଲା ରକ୍ତ ଭିଜା ନବଜାତ appeared first on Odisha Reporter.
from Odisha Reporter https://ift.tt/3FUZL1R
No comments:
Post a Comment