୬୦ ବିଧାୟକଙ୍କ ଟିକେଟ କଟିବ, ନିର୍ବାଚନ ପ୍ରସ୍ତୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 11, 2022

୬୦ ବିଧାୟକଙ୍କ ଟିକେଟ କଟିବ, ନିର୍ବାଚନ ପ୍ରସ୍ତୁତି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନେଇ ବିଜେପି ମନ୍ଥନ ଆରମ୍ଭ କରିଛି। ପ୍ରାରମ୍ଭିକ ୩ଟି ପର୍ଯ୍ୟାୟରେ ୧୮୨ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ନେଇ ଆଲୋଚନା ହୋଇଛି। ମଙ୍ଗଳବାର ଦଳ ମୁଖ୍ୟାଳୟରେ କେନ୍ଦ୍ରୀୟ ନେତୃତ୍ୱ ସହିତ ରାଜ୍ୟ ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। ମକର ସଂକ୍ରାନ୍ତିରେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିବ ଦଳ । ତେବେ ସମ୍ପ୍ରତି ଶାସକ ଦଳରେ ଥିବା ୬୦ ଜଣ ବିଧାୟକଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ଟିକେଟ କଟାଯିବାକୁ ନେଇ ବୈଠକରେ ଘମାଗୋଟ ତର୍କ ବିତର୍କ ହୋଇଥିଲା। । ବିଶେଷରି ଯେଉଁ ବିଧାକମାନଙ୍କର ରିପୋର୍ଟ କାର୍ଡ଼ ଖରାପ ଅଛି ସେମାନେ ବାଦ ପଡ଼ିବେ। ଜନଅସନ୍ତୋଷ ଥିବା ବିଧାୟକଙ୍କ ମାନଙ୍କୁ  ଏଥର ଟିକେଟ ଦେବ ନାହିଁ ଦଳ।  ଏହି ବୈଠକରେ ପ୍ରାରମ୍ଭିକ ୩ଟି ପର୍ଯ୍ୟାୟ ବିଶିଷ୍ଟ ଆସନରେ କିଛି ବିଧାୟକଙ୍କ ଆସନ ବଦଳାଇବା ଉପରେ ଆଲୋଚନା ହୋଇଥିଲା। ପ୍ରାୟ ଦେଢ ଡର୍ଜନ ବିଧାୟକଙ୍କ ଆସନ ବଳଦଳି ପାରେ। ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ୧୧୩ ଟି ଆସନ ପାଇଁ ପ୍ୟାନେଲରେ ସହମତି ହୋଇଛି। ଏହି  ଆସନଗୁଡ଼ିକ ପାଇଁ ୨ରୁ ୫ ଜଣଙ୍କ ନାମ ଉପରେ ଚର୍ଚ୍ଚା ହୋଇଥିଲା। ହେଲେ ଶେଷ ନିଷ୍ପତ୍ତି ହୋଇ ନାହିଁ।

ପରବର୍ତ୍ତୀ ସମୟରେ ଆଉ କିଛି ନାମ ତାଲିକା ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଆସନ୍ତା ସପ୍ତାହରେ ପାର୍ଟି ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ନାମ ଘୋଷଣା କରାଯିବ । କୋଭିଡ୍‌ ସଂକ୍ରମିତ ହେତୁ ଭର୍ଚ୍ଚୁଆଆଲ ମାଧ୍ୟମରେ ଯୋଗ ଦେଇଥିଲେ ବିଜେପି ସଭାପତି ଜେପି ନଡ୍ଡା। ସୂଚନା ଅନୁଯାୟୀ ୟୁପିରେ ୪୦୩ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଆସନ୍ତା ଫେବୃଆରୀରେ ନିର୍ବାଚନ ହେବ।

The post ୬୦ ବିଧାୟକଙ୍କ ଟିକେଟ କଟିବ, ନିର୍ବାଚନ ପ୍ରସ୍ତୁତି appeared first on Odisha Reporter.



from Odisha Reporter https://ift.tt/3tlMPPg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages