ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦ୍ରୁତ ଗତିରେ ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏବେ ଦୈନିକ ସଂକ୍ରମଣ ୫ହଜାର ମୁହାଁ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୧୬ ଜଣ ଅଛନ୍ତି।
୪୭୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୫୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୯୫୯ଟି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୬୨, ସମ୍ବଲପୁରରୁ ୪୩୭, କଟକରୁ ୩୬୦. ଝାରସୁଗୁଡ଼ାରୁ ୧୫୪, ବାଲେଶ୍ୱରରୁ ୧୨୩, ପୁରୀରୁ ୧୧୯, ମୟୂରଭଞ୍ଜରୁ ୧୧୩ ଓ ଷ୍ଟେଟ୍ପୁଲ୍ରୁ ୩୧୫ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳ ଜିଲ୍ଲାରୁ ୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୫୬, ଭଦ୍ରକରୁ ୭, ବଲାଙ୍ଗିରରୁ ୯୯, ବୌଦ୍ଧରୁ ୬, ଦେବଗଡ଼ରୁ ୩୬, ଢେଙ୍କାନାଳରୁ ୯, ଗଜପତିରୁ ୩୨, ଗଞ୍ଜାମରୁ ୭୦, ଜଗତସିଂହପୁରରୁ ୬୩, ଯାଜପୁରରୁ ୮୩, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୪୩, କୋରାପୁଟରୁ ୬୫, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩୭, ନୟାଗଡ଼ରୁ ୩୪, ନୂଆପଡ଼ାରୁ ୩୨, ରାୟଗଡ଼ାରୁ ୩୧ ଓ ସୋନପୁରରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୬ ହଜାର ୨୩୧ ଜଣ ସୁସ୍ଥ ହୋଇସାରିଲେଣି। ଏବେ ୧୬, ୧୧୭ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି।
ସେହିଭଳି ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୫୯ ହଜାର ୬୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ ପଜିଟିଭିଟି ହାର ୧୦.୨୧ ପ୍ରତିଶତକୁ ବଢ଼ିଛି।
The post ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫ ହଜାର ମୁହାଁ appeared first on Odisha Reporter.
from Odisha Reporter https://ift.tt/34AJJwz
No comments:
Post a Comment